Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉଦ୍ଧବଙ୍କ ‘ରାମ ରକ୍ଷା’ ଆନ୍ଦୋଳନ ଘୋଷଣା

    Share on :
    ajab-Image
    Date: Jul 4, 2026    Views: 2972

    ମୁମ୍ବଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ବିଜେପିକୁ ସମାଲୋଚନା କରିଛନ୍ତି। ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି। ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ବିରୋଧରେ ସେ ସାରା ମହାରାଷ୍ଟ୍ରରେ ‘ରାମ ରକ୍ଷା’ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ସମସ୍ତ ରାମ ଭକ୍ତଙ୍କୁ ଦଳଗତ ନିର୍ବିଶେଷରେ ଆନ୍ଦୋଳନରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଠାକରେ ଓ ଅନ୍ୟ ଶିବସେନା (ୟୁବିଟି) ନେତାମାନେ ରବିବାର ସନ୍ଧ୍ୟାରେ ମୁମ୍ବଇର ଦାଦରରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରି ଆନ୍ଦୋଳନ ଆରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ଉଦ୍ଧବ କହିଛନ୍ତି, ଆମେ ମନ୍ଦିରରେ ଏକତ୍ର ହେବୁ ଓ ରାମ ରକ୍ଷା ସ୍ତୋତ୍ର, ମାରୁତି ସ୍ତୋତ୍ର ଓ ହନୁମାନ ଚାଳିଶା ପାଠ କରିବୁ। ମହାରାଷ୍ଟ୍ରର ସମସ୍ତ ରାମ ଓ ହନୁମାନ ମନ୍ଦିର ନିକଟରେ ଆନ୍ଦୋଳନ କରାଯିବ ବୋଲି ଉଦ୍ଧବ କହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook