Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଂସଦକୁ ହେବ ଟ୍ରାକ୍ଟର ଯାତ୍ରା: ଟିକାୟତ

    Share on :
    ajab-Image
    Date: Nov 25, 2021    Views: 3014


    ନୂଆଦିଲ୍ଲୀ: ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା ହୋଇଥିଲେ ବି କୃଷକମାନେ ଅନ୍ୟ ଦାବି ସବୁ ପୂରଣ ଜିଦରେ ଆନେ୍ଦାଳନ ଜାରି ରଖିବାକୁ ଅଟଳ ରହିଛନ୍ତି । ସଂସଦରେ ଆଇନ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ସେମାନେ ଆନେ୍ଦାଳନ ଜାରି ରଖିବେ । ଏଥିପାଇଁ ସେମାନଙ୍କ ପୂର୍ବ ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହେବ । ଆସନ୍ତା ୨୯ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ଦିନ ଆନେ୍ଦାଳନ ରତ ଚାଷୀମାନେ ସଂସଦକୁ ଟ୍ରାକ୍ଟର ର୍ୟାଲି କରିବେ ।
     ଏମଏସପି ଗ୍ୟାରେଣ୍ଟି ଦାବି କରି ସେମାନେ ସଂସଦକୁ ଟ୍ରାକ୍ଟର ଯାତ୍ରା କରିବେ ବୋଲି ବିକେୟୁ (ଭାରତୀୟ କୃଷକ ସଂଗଠନ) ନେତା ରାକେଶ ଟିକାୟତ କହିଛନ୍ତି । ସରକାରଙ୍କ ଦ୍ୱାରା ଯେଉଁ ରାସ୍ତା ଖୋଲାଯାଇଛି ସେହି ରାସ୍ତାରେ ଟ୍ରାକ୍ଟର ଯିବ । ଆମେ ରାସ୍ତା ବନ୍ଦ କରିଥିଲୁ ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଆମେ ରାସ୍ତା ବନ୍ଦ କରିନଥିଲୁ କି ରାସ୍ତା ବନ୍ଦ କରିବା ଆମର ଉଦେ୍ଧଶ୍ୟ ନଥିଲା । ଆମେ ସରକାରଙ୍କ ସହ କଥା ହେବାକୁ ଚାହୁଁଥିଲୁ । ଆମେ ସିଧାସଳଖ ସଂସଦ ଯିବୁ ବୋଲି ଟିକାୟତ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook