Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ

    Share on :
    ajab-Image
    Date: May 27, 2026    Views: 3501

    ୧୮ ଜୁନରେ ହେବ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ ।  ଜୁନ୍ ୧ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ ଜୁନରେ ମତଦାନ ହେବ । ସେହିଦିନ ଫଳାଫଳ ମଧ୍ୟ ଜଣାପଡିବ ।  ରାଜ୍ୟସଭା ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଏହି ପଦ ।
    ଦୁଇଦିନ ତଳେ ଦେବାଶିଷ ଏହି ପଦରୁ ଇସ୍ତଫା ଦେଇଥିଲେ । ଗତକାଲି ସେ ଦିଲ୍ଲୀରେ ବିଜେପିରେ ମିଶିଥିଲେ ।  ତେଣୁ ଏହି ଆସନ ପାଇଁ ଦେବାଶିଷ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ।  ଆଗରୁ ମମତା ମହନ୍ତ ଓ ସୁଜିତ କୁମାର ମଧ୍ୟ ଇସ୍ତଫା ଦେଇ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook