Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ନିର୍ବାଚନ: ହେବ କି ଘୋଡ଼ା ବେପାର ?

    Share on :
    ajab-Image
    Date: Mar 2, 2026    Views: 2610

    ଭୁବନେଶ୍ୱର:  ଦତ୍ତେଶ୍ୱର ହୋତାଙ୍କ ବିରୋଧରେ ବିଜେପିରୁ ଚତୁର୍ଥ ସିଟ୍ ପାଇଁ କ୍ୟାଡିଣ୍ଡେଟ କିଏ ? କାର୍ଡ ଖୋଲୁନି ଦଳ। କିନ୍ତୁ ରାଜନୈତିକ ଚର୍ଚ୍ଚା ସରଗରମ। କେମିତି ଚତୁର୍ଥ ସିଟ୍ ହାତେଇବ ବିଜେପି। ଘୋଡା ବେପାର ନା କ୍ରସ ଭୋଟିଂ। କାହିଁକି ନା ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ, କଂଗ୍ରେସ ବିଧାୟକ ଦଳ ଭିତରେ ବି ରହିଛି ଅସନ୍ତୋଷ। ଆଉ ତାର ଫାଇଦା ନେବ କି ବିଜେପି।ରାଜ୍ୟସଭା ନିର୍ବାଚନରେ ଏଥର ଦେଖିବାକୁ ମିଳିବ କି ଘୋଡା ବେପାର। ବିରୋଧୀଙ୍କ ଖେଳ ବିଗାଡିବ କି କ୍ରସ ଭୋଟିଂ । ଚତୁର୍ଥ ସିଟ୍ ଦଖଲ ପାଇଁ କେଉଁ ଷ୍ଟ୍ରାଟେଜି ଆପଣାଇବ ବିଜେପି। ଦତ୍ତେଶ୍ୱର ହୋତାଙ୍କ ବିପକ୍ଷରେ ବିଜେପିରୁ କିଏ। ଚତୁର୍ଥ ସିଟ ପାଇଁ ବିଜେଡି ଏବଂ କଂଗ୍ରେସ ମିଳିତ କମନ କ୍ୟାଣ୍ଡିଡେଟ୍ ଦେବା ପରେ ଏମିତି ଚର୍ଚ୍ଚା। ଏଥର ନିର୍ବାଚନରେ ଜିତିବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ଦରକାର ୩୦ ବିଧାୟକଙ୍କ ସମର୍ଥନ । ଚତୁର୍ଥ ସିଟ୍ ପାଇଁ ବିଜେଡିର ବଳକା ୧୮ ଏବଂ କଂଗ୍ରେସ ଓ ସିପିଏମ୍ ବିଧାୟକଙ୍କ ୧୫ ଭୋଟ ମିଶି ୩୩। ସେହିପରି ୨ ଜଣ ପ୍ରାର୍ଥୀଙ୍କୁ ସମର୍ଥନ ପରେ ବିଜେପିର ବଳକା ରହୁଛି ୨୨। ଆବଶ୍ୟକ ଆଉ ୮। ଯଦି ବିଜେଡିର ଦୁଇ ନିଲମ୍ବିତ ବିଧାୟକ ବିଜେପି ପ୍ରାର୍ଥୀ ସମର୍ଥନ କରନ୍ତି ତାହେଲେ ଆବଶ୍ୟକ ଆଉ ୬। ତେଣୁ ଏହି ସଂଖ୍ୟା କେମିତି ଯୋଗାଡ କରିବ ବିଜେପି ତାକୁ ନେଇ ଚର୍ଚ୍ଚା। ଅନ୍ୟପଟେ ମିଳିତ ପ୍ରାର୍ଥୀଙ୍କୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ବିଜେଡି-କଂଗ୍ରେସ ମିଶି ଲଢିଲେ ବିଜେପିକୁ ଫାଇଦା ହେବ। ଦୁଇ ତିନି ଦିନରେ ଚିତ୍ର ସ୍ପଷ୍ଟ ହେବ। ଯଦିଓ ଚତୁର୍ଥ ପ୍ରାର୍ଥୀ କିମ୍ବା ସମୀକରଣ ନେଇ ବିଜେପି ତାର କାର୍ଡ ଖୋଲୁନି। କିନ୍ତୁ ବିଜେଡି ଏବଂ କଂଗ୍ରେସରେ ବିଦ୍ରୋହର ଫାଇଦା ବିଜେପି ନେଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡିରେ ପ୍ରାର୍ଥୀ ଘୋଷଣା ପରେ ଦଳରେ ବିସ୍ଫୋରକ ସ୍ଥିତି ଦେଖିବାକୁ ମିଳିଛି। କେବଳ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଥିଲେ ମଧ୍ୟ ଅନେକ ନେତା ପ୍ରାର୍ଥୀଙ୍କୁ ନେଇ ଖୁସି ନାହାନ୍ତି।
    ବିଜେଡିର ଦୁଇ ନେତା ପ୍ରଭାତ ବିଶ୍ୱାଳ ଏବଂ ପ୍ରଭାତ ତ୍ରିପାଠୀ ବହିଷ୍କୃତ । ଉଭୟଙ୍କ ପୁଅ କିନ୍ତୁ ଏବେ ବିଧାୟକ। ଅନ୍ୟ ପଟେ କଂଗ୍ରେସର ବି ବିଧାୟକ ଦଳ ଭିତରେ ଫାଟ ରହିଛି। କୁହାଯାଉଛି ଅସନ୍ତୁଷ୍ଟ ଆଉ ନିଲମ୍ବିତ ବିଧାୟକଙ୍କ ସହଯୋଗ ନେଇ ବିଜେପି ମ୍ୟାଜିକ ନମ୍ବର ଛୁଇଁପାରେ। ଉଭୟ ବିଜେଡି ଏବଂ କଂଗ୍ରେସ କହିଛନ୍ତି ବିଧାୟକ ଦଳ ଭିତରେ ସହମତି ରହିଛି କ୍ରସ ଭୋଟିଂର ପ୍ରଶ୍ନ ଉଠୁନି। ଅନ୍ୟପଟେ ଚତୁର୍ଥ ସିଟ୍ ପାଇଁ ଦତ୍ତେଶ୍ୱର କମନ ପ୍ରାର୍ଥୀ ହେଇଥିଲେ ବି ପିସିସି ସଭାପତି ଭକ୍ତ ଦାସଙ୍କ ଆଶଙ୍କାକୁ ନେଇ ବି ଚର୍ଚ୍ଚା। ଭକ୍ତ ଆଶଙ୍କା କରିଛନ୍ତି ଯେ ଚାପ ନପଡୁ କି ଦତ୍ତେଶ୍ୱର ଓହରି ନଯାଆନ୍ତୁ। ତେବେ ଚତୁର୍ଥ ସିଟ୍ ପାଇଁ ଯଥେଷ୍ଟ ସଂଖ୍ୟା ଥିଲେ ମଧ୍ୟ ଭକ୍ତଙ୍କ ଆଶଙ୍କା ଅନ୍ୟ ଆଡକୁ ଇଙ୍ଗିତ କରୁଛି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook