Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସବୁ ଦଳ ଠାରୁ ସମର୍ଥନ ପାଇବାକୁ ଆଶା ରଖିଛି – ଦତ୍ତେଶ୍ବର ହୋତା

    Share on :
    ajab-Image
    Date: Feb 28, 2026    Views: 3134

    ଭୁବନେଶ୍ଵର :  ଆଜି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ। ସଂତୃପ୍ତ ମିଶ୍ର ଓ ଡା ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି। ସଂତୃପ୍ତଙ୍କୁ ତୃତୀୟ ଓ ଦତ୍ତେଶ୍ବରଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍‌ କହି ସମର୍ଥନ ଲୋଡିଛନ୍ତି ନବୀନ ପଟ୍ଟନାୟକ । ଦତ୍ତେଶ୍ବରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି ନବୀନ କହିଛନ୍ତି। ସେପଟେ ବିଜେଡି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ଦତ୍ତେଶ୍ଵର ହୋତା। କହିଛନ୍ତି ନବୀନ ପଟ୍ଟନାୟକ ମୋତେ ଏହି ଦାୟିତ୍ଵ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ରାଜ୍ୟର ଉନ୍ନତି ଲାଗି ମୁଁ ସମସ୍ତ ପ୍ରଚେଷ୍ଟା କରିବି। ମୋର ଯାହା ବିଦ୍ୟା ମୁଁ ଅର୍ଜନ କରିଛି , ଯାହା ବି ମୋର ଜ୍ଞାନ ଅଛି , ବିଶେଷ କରି ସ୍ଵାସ୍ଥ୍ୟକ୍ଷେତ୍ରରେ ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି ଯାହାବି ଆମର ସୁବିଧା ଅସୁବିଧା ଅଛି , ତାହା ସମାଧାନ କରିବି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook