Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚତୁର୍ଥ ପ୍ରାର୍ଥୀ ଦେଲେ, କଂଗ୍ରେସର କିଛି ବିଧାୟକ ଆମକୁ ସମର୍ଥନ ଦେବେ-ବିଜେପି

    Share on :
    ajab-Image
    Date: Feb 23, 2026    Views: 2245

    ଭୁବନେଶ୍ୱର: ରାଜ୍ୟସଭା ୪ ଆସନରେ କିଏ ହେବ ପ୍ରାର୍ଥୀ? କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ରାଜନୈତିକ ତାତି ବଢ଼ିବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ଏଥିସହିତ ନେତାଙ୍କ ଭିନ୍ନ ଭିନ୍ନ ବୟାନବାଜି ମଧ୍ୟ ଶୁଣିବାକୁ ମିଳୁଛି । ବିଜେପି ବିଧାୟକ ସରୋଜ କୁମାର ପାଢ଼ୀ କହିଛନ୍ତି, ତାରା ବାହିନିପତି ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି । ଆମ ବିଧାୟକମାନେ କଂଗ୍ରେସ ସହ ନୁହେଁ, କଂଗ୍ରେସ ବିଧାୟକମାନେ ଆମ ସଂସ୍ପର୍ଶରେ ଅଛନ୍ତି । ଚତୁର୍ଥ ପ୍ରାର୍ଥୀ ଦେଲେ, କଂଗ୍ରେସର କିଛି ବିଧାୟକ ଆମକୁ ସମର୍ଥନ ଦେବେ । ପିସିସି ସଭାପତି ଯେତେ କବାଟ କିଳି ନିଜ ବିଧାୟକଙ୍କୁ ଶପଥ କରାନ୍ତୁ, କିନ୍ତୁ ଫଳ ଓଲଟା ହେବ ବୋଲି ଶ୍ରୀ ପାଢୀ କହିଛନ୍ତି । ଅନୁରୁପ ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ବିଜେପିର କୋର କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ନେଇ ଆଲାଚନା ପରେ ଯାହା ନିର୍ୟ୍ୟାସ ବାହାରିବ ତାହା ସଂସଦୀୟ ବୋର୍ଡକୁ ପଠାଯିବ । ସଂସଦୀୟ ବୋର୍ଡ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଶ୍ରୀ ସାମଲ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook