Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜ୍ୟସଭା ନିର୍ବାଚନ: ଏନଡିଏକୁ ୨୨, କଂଗ୍ରେସକୁ ୬

    Share on :
    ajab-Image
    Date: Mar 17, 2026    Views: 2782

    ନୂଆଦିଲ୍ଲୀ: ଦେଶର ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନରେ ହୋଇଥିବା ନିର୍ବାଚନର ଫାଇନାଲ ଫଳାଫଳ ଆସିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧୀଙ୍କୁ ବଡ଼ ଝଟକା ଦେଇଛି । ବିଜେପିରୁ ନେଇ କଂଗ୍ରେସ ଯାଏ ରାଜ୍ୟସଭା ନିର୍ବାଚନରେ ଫାଇଦା ମିଳିଛି । ବିହାର, ହରିୟାଣା ଏବଂ ଓଡ଼ିଶାରେ ୧୧ ରାଜ୍ୟସଭା ଆସନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଆଗରେ ବିରୋଧୀଙ୍କ ସବୁ ପ୍ଲାନ୍ ଫସର ଫାଟିଛି । ବିଜେପି ଏମିତି ରଣନୀତି କରିଥିଲା ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ଅସଦୁଦ୍ଦିନ ଓୱେସିଙ୍କ ପାର୍ଟି ସହ ମେଣ୍ଟ ବିଫଳ ହେଲା । ଓଡ଼ିଶାରେ କଂଗ୍ରେସ ଏବଂ ବିଜେଡି ମେଣ୍ଟ ବି ବିଫଳ । ୩ଟି ରାଜ୍ୟର ୧୧ଟି ଆସନରୁ ଏନଡିଏ ୯ଟି ଜିତିଥିଲା । ବିରୋଧୀ ଦଳ କେବଳ ୨ଟି ଆସନ ଜିତିବାରେ ସଫଳ ହୋଇଥିଲେ । ବିଜେପି ୫ଟି ଆସନ ଜିତିଥିଲା । ତାର ସହଯୋଗୀ ଦଳଗୁଡିକ ୪ଟି ଆସନ ପାଇଥିଲେ । ଦେଶର ୧୦ଟି ରାଜ୍ୟରେ ମୋଟ୍ ୩୭ ରାଜ୍ୟସଭା ଆସନରେ ନିର୍ବାଚନ ହୋଇଥିଲା । ୨୬ ରାଜ୍ୟସଭା ସଦସ୍ୟ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିଲେ । ୩ ରାଜ୍ୟରେ ୧୧ଟି ସିଟର ଫଳାଫଳ ଆସିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ୨୨ ଏବଂ ବିରୋଧୀଙ୍କ ଖାତାକୁ ୧୫ଟି ସିଟ୍ ଯାଇଛି । ଏନଡିଏର ୨୨ ଆସନରୁ ବିଜେପି ୧୩ଟି ଜିତିଛି । ସେହିପରି ବିରୋଧୀ ୧୫ ଆସନରେ ଜିତିଛି । କଂଗ୍ରେସ ୬, ଟିଏମସି ୪, ଡିଏମକେ ୩, ଶରଦ ପାୱାରଙ୍କ ଏନସିପି ୧ ଏବଂ ବିଜେଡ଼ିକୁ ଗୋଟିଏ ଆସନ ମିଳିଛି ।

    ​​​​​​ବିରୋଧୀଙ୍କୁ କ୍ରସ୍ ଭୋଟିଂ ଝଟକା- ଖାଲି ପଡିଥିବା ୧୧ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିରୋଧୀ ଦଳକୁ ବଡ଼ ଝଟକା ଲାଗିଛି । ବିହାରରେ ୫ଟି, ଓଡ଼ିଶାରେ ୪ଟି ଏବଂ ହରିୟାଣାରେ ୨ଟି ଆସନ ପାଇଁ ମତଦାନ ହୋଇଥିଲା । ବିହାର ଏବଂ ଓଡ଼ିଶାରେ ବିରୋଧୀ ଦଳ ସେମାନଙ୍କ ବିଧାୟକଙ୍କୁ ଏକଜୁଟ କରିବାରେ ବିଫଳ ହୋଇଛନ୍ତି । ଯାହା ଆଶଙ୍କା ଥିଲା, ସେଇଆ ହେଲା । ଖୋଲାଖୋଲି କ୍ରସ ଭୋଟିଂ ହେଲା । ଅଟକାଇ ପାରିଲେନି ବିରୋଧୀ ଦଳ । ବିରୋଧୀ ଦଳ କ୍ୟାମ୍ପସକୁ ଖସି ପଳାଇଲେ ବିଧାୟକ । ଯାହାର ସିଧାସଳଖ ଲାଭ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟକୁ ମିଳିଛି । ଏନଡିଏ ଏହାର ଆଶାଠାରୁ ୨ଟି ଆସନ ଜିତିବାରେ ସଫଳ ହୋଇଛି । ଗୋଟିଏ ବିହାରରୁ ଏବଂ ଅନ୍ୟଟି ଓଡ଼ିଶାରୁ ।

    ରାଜ୍ୟସଭା ନିର୍ବାଚନରେ କାହାର ଲାଭ କାହାକୁ କ୍ଷତି-  ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏବଂ ଫଳାଫଳ ଆସିବା ପରେ ଦେଖିଲେ ଏନଡିଏକୁ ୧୦ଟି ସିଟରେ ଲାଭ ମିଳିଛି । ବିରୋଧୀଙ୍କୁ ୧୦ଟି ଆସନର କ୍ଷତି ହୋଇଛି । ନିର୍ବାଚନ ପୂର୍ବରୁ ଏନଡିଏ ପାଖରେ ୧୨ ରାଜ୍ୟସଭା ଆସନ ଥିଲା । ଏବେ ଏହା ବଢି ୨୨ରେ ପହଞ୍ଚିଛି । ବିରୋଧୀଙ୍କ ପାଖରେ ୨୫ ସିଟ୍ ଥିଲେ । ଏବେ ଏହା ହ୍ରାସ ହୋଇ ୧୫ରେ ପହଞ୍ଚିଛି । ୧୦ ରାଜ୍ୟରେ ୩୭ ରାଜ୍ୟସଭା ଆସନ ସଂଖ୍ୟା ଦେଖିଲେ ବିଜେପି ପାଖରେ ୯ଟି ସିଟ୍ ଥିଲା ଏବେ ତାହା ବଢି ୧୩ରେ ପହଞ୍ଚିଛି । ଜେଡିୟୁ ତାର ୨ଟି ସିଟ୍ ରଖିଛି । ଏଆଇଏଡିଏମକେ ଗୋଟିଏ, ପିଏମକେ, ଆରଏଲଏସଏମ ଗୋଟିଏ ଲେଖାଏଁ ସିଟ୍ ବଞ୍ଚାଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook