Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସନା ଓ ଅରବିନ୍ଦଙ୍କ କ୍ରସଭୋଟିଂ

    Share on :
    ajab-Image
    Date: Mar 16, 2026    Views: 3315

    ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କ୍ରସଭୋଟିଂ କରିଥିବା କୁହାଯାଉଛି । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼  ଭୋଟ୍ ଦେବା ପରେ କହିଥିଲେ  ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସପେଣ୍ଡ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା । କାଲି ପର୍ୟ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି । ମୁଁ ଯାହାକୁ ଭୋଟ ଦେଇଛି, ଗଣତି ପରେ ଜାଣିବେ । ବିଜେଡିର ହୁଇପ ମୋ ଉପରେ କାହିଁକି ଲାଗିବ ? ନିଲମ୍ବନ ପରେ ହୁଇପ କାମ କରେନି । ଏହା କେଉଁ ଆଇନରେ ଅଛି ? ଯିଏ ରାଜ୍ୟ ସ୍ୱାର୍ଥ ପାଇଁ କାମ କରିବ, ତାକୁ ଭୋଟ ଦେଇଛି ବୋଲି ସନାତନ ମୁହାକୁଡ଼ କହିଥିଲେ ।

    ଆଉଜଣେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଜେପିକୁ ଭୋଟ ଦେବା ନେଇ ଚର୍ଚ୍ଚା ହେଉଛି। ଅରବିନ୍ଦ ବିଜେଡି ଏଜେଣ୍ଟକୁ ଦେଖେିଇ ନାହାନ୍ତି ନିଜ ଭୋଟ । ବିଜେପି ଏଜେଣ୍ଟଙ୍କୁ ଦେଖେଇଲେ ବୋଲି ଆସୁଛି ସୂଚନା। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook