Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟସଭା ନିର୍ବାଚନ: ପାରାଦୀପରୁ ଫେରିଲେ ବିଧାୟକ: ଭୋଟିଂ ଆରମ୍ଭ

    Share on :
    ajab-Image
    Date: Mar 16, 2026    Views: 3320

    ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ ଗଣତି କରାଯିବ। ଭୋଟିଂରେ ସାମିଲ ହେବାପାଇଁ ପାରାଦୀପରେ ରହିଥିବା ଭାଜପା ବିଧାୟକମାନେ ୩ଟି ବସ୍‌ ଯୋଗେ ରାଜଧାନୀ ଫେରିଛନ୍ତି।
    ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ୟ୍ୟକାଳ ଶେଷ ହେବ। ଖାଲି ହେବାକୁ ଥିବା ଏହି ଆସନଗୁଡିକରେ ୪ ଜଣ ରାଜ୍ୟ ସଭାକୁ ଯିବେ। ଏଥିଲାଗି ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ଭାଜପା ପକ୍ଷରୁ ସୁଜିତ କୁମାର ଏବଂ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଭାଜପା ସମର୍ଥନରେ ସ୍ବାଧୀନ ଭାବେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍‌) ପକ୍ଷରୁ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍‌ ପ୍ରାର୍ଥୀ କରାଯାଇଛି। ୩ ଦଳର ସମର୍ଥନରେ ଦତ୍ତେଶ୍ୱର ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ୪ ଆସନ ଲାଗି ୫ ଜଣ ପ୍ରାର୍ଥୀ ଥିବାରୁ ରାଜ୍ୟ ସଭା ପାଇଁ ନିର୍ବାଚନ ହେଉଛି।
    ସୂଚନାଯୋଗ୍ୟ, ଶାସକ ଭାଜପାର ସମସ୍ତ ବିଧାୟକ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ, ଏମ୍‌ପିମାନେ ଶନିବାର ରାତିଠାରୁ ବେଳାଭୂମି ରାସ୍ତା ପାଖରେ ଥିବା ହୋଟେଲ ‘ମେ ଫେୟାର’ରେ ଅବସ୍ଥାନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ମଧ୍ୟାହ୍ନରେ ଭୁବନେଶ୍ୱରରୁ ଏକ ହେଲିକପ୍ଟର ଜରିଆରେ ପାରଦୀପ ଯାଇଥିଲେ। ତାଙ୍କୁ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାଶଙ୍କ ସମେତ ଦଳର ଆଗଧାଡିର କର୍ମୀ ସ୍ବାଗତ କରିଥିଲେ। ଦଳୀୟ ହୁଇପ୍‌ ଥିବାରୁ ହୋଟେଲ ଭିତରକୁ କାହାକୁ ଛଡା ଯାଇ ନ ଥିଲା। କୌଣସି ନେତା ଗଣମାଧ୍ୟମରେ ବୟାନ ଦେବାକୁ ରାଜି ହୋଇ ନ ଥିଲେ। କେବଳ ଜଗତ୍‌ସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ କହିଥିଲେ, ଦଳରେ ଶୃଙ୍ଖଳା ରହିଛି ଏବଂ ଠିକଣା ସମୟରେ ଆମର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହେବ ବୋଲି କହି ଘୋଡାବେପାର ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook