Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଯେଉଁମାନେ କ୍ରସ୍ ଭୋଟିଂ କରିବେ, ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ :କାଡାମ

    Share on :
    ajab-Image
    Date: Mar 14, 2026    Views: 2162

    ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସରେ ବଡ଼ ହଲଚଲ୍। ଫୋନ୍ ଉଠାଉ ନାହାନ୍ତି କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସୂଚନା।
    ପିସିସି ସଭାପତି ଏବଂ ଏଆଇସିସି ନେତା ଯୋଗାଯୋଗ କରୁଛନ୍ତି। ଫୋନ୍ ନ ଉଠାଇଲେ ବି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି। ଦାଶରଥୀ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍  ଦେବେ ବୋଲି କହିଛନ୍ତି କାଡାମ। ଯେଉଁମାନେ କ୍ରସ୍ ଭୋଟିଂ କରିବେ, ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ।ବିଜେପି ଯେଉଁ ଯୋଜନା କରୁଛି, ସଫଳ ହେବ ନାହିଁ କହିଛନ୍ତି କାଡାମ। 

    ରାଜ୍ୟ ସଭା ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ଓଡ଼ିଶାରେ ଅଛନ୍ତି। ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଅାଁ ଦେଉନାହାନ୍ତି। ଟେଲିଫୋନ୍‌ ଯୋଗେ ମଧ୍ୟ ଦଳର ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗ ରଖୁ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

    Maximum 500 characters

    ଘରକରଣ View all

    Find Us on Facebook