ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ବୟାନବାଜି। ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ଖେଳ ହେବ, ଦିଲ୍ଲୀପ ଜିତିବେ। କାଲିଠୁ ଖେଳ ଆରମ୍ଭ ହୋଇଯାଇଛି, ଅପେକ୍ଷା କରନ୍ତୁ ଦେଖିବେ କହିଛନ୍ତି ପଦ୍ମଲୋଚନ ପଣ୍ଡା।
ସେପଟେ ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, ରାଜ୍ୟସଭା ଚର୍ଚ୍ଚା ଭିତରେ ଆମେ ନାହୁଁ । ଚର୍ଚ୍ଚା ଅଲଗା ବାସ୍ତବତା ଅଲଗା । ପାର୍ଟି ଭିତରେ ବ୍ୟକ୍ତିଗତ ଭାବେ କିଏ କଣ କରିବ ତାହା କହି ହେବ ନାହିଁ ।
କିନ୍ତୁ ଯେତେବେଳେ ନବୀନ ବାବୁ ଡାକିକି କହିଥିଲେ ସେହି ସମୟ ରେ ସୁଭାସିନୀ ହଁ ଭରିଥିଲେ ଏବଂ ସମସ୍ତେ ମଧ୍ୟ ହଁ ଭରିଥିଲେ । ବର୍ତ୍ତମାନ ସୁବାସିନୀ କଣ କରିବେ ସେକଥା ସେ କହିପାରିବେ। କିନ୍ତୁ ଯିଏ ଦଳର ଶୃଙ୍ଖଳା ଯିଏ ଭାଙ୍ଗିବ ସୁପ୍ରିମୋ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବେ।
Comments ସମସ୍ତ ମତାମତ