ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଓଡ଼ିଶା ସମେତ ୩ଟି ରାଜ୍ୟ ପାଇଁ ବିଜେପି ପର୍ଯ୍ୟପେକ୍ଷକ ନିଯୁକ୍ତ କରିଛି । ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପିର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ଓଡ଼ିଶାର ପର୍ଯ୍ୟବେକ୍ଷକ: ମହାରାଷ୍ଟ୍ରର ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଳେ
ହରିୟାଣା ପର୍ଯ୍ୟବେକ୍ଷକ: ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭୀ
ବିହାର ପର୍ଯ୍ୟବେକ୍ଷକ: ଛତିଶଗଡ଼ ଡିସିଏମ ବିଜୟ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା
ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରେ ଖାଲି ହୋଇଥିବା ୪ ଆସନ ପାଇଁ ହେବ ନିର୍ବାଚନ। ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ କରୁଛି ଦଳ।
Comments ସମସ୍ତ ମତାମତ