Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟସଭା ପ୍ରାର୍ଥୀ: ସୁଜିତ୍ କୁମାରଙ୍କ କେତେ ସମ୍ପତ୍ତି ଜାଣନ୍ତୁ ?

    Share on :
    ajab-Image
    Date: Mar 7, 2026    Views: 2677

     ଭୁବନେଶ୍ୱର: ବିଜେପି ସାଂସଦ ସୁଜିତ୍ କୁମାରଙ୍କୁ ପୁଣିଥରେ ଦଳ ପ୍ରାର୍ଥୀ କରିଛି। ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଶ୍ରୀ କୁମାରଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ। ୫୦ବର୍ଷୀୟ ଶ୍ରୀ କୁମାର ଓ ତାଙ୍କ ପତ୍ନୀଙ୍କ ନାଁରେ ମୋଟ ପ୍ରାୟ ୬.୬୯କୋଟି ଟଙ୍କାର ସମ୍ପତ୍ତି ରହିଛି। ତେବେ ଏଥିରେ ପ୍ରାୟ ୧.୩୨କୋଟି ଟଙ୍କାର ଋଣବୋଝ ମଧ୍ୟ ତାଙ୍କ ମୁଣ୍ଡରେ ରହିଛି। ଏଥିରେ ସେ ନିଜ ମା’,ଭାଇ ଓ କିଛି ବନ୍ଧୁଙ୍କଠାରୁ ନେଇଥିବା ୭୫ଲକ୍ଷ ଟଙ୍କାର ଋଣ ମଧ୍ୟ ସାମିଲ ଅଛି।

     ୨୦୨୦ ମସିହାରେ ଶ୍ରୀ କୁମାର ନିଜର ମୋଟ ସମ୍ପତ୍ତିର ପରିମାଣ ୩.୦୬କୋଟି ଟଙ୍କା ଦର୍ଶାଇ ଥିବାବେଳେ ଏବେ ତାହା ୬.୬୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷକରି ଶେୟାର ଓ ବିଭିନ୍ନ ଫଣ୍ଡରେ ନିବେଶ ଯୋଗୁ ବିଗତ ୬ବର୍ଷ ମଧ୍ୟରେ ତାଙ୍କର ୫୨ଲକ୍ଷ ଟଙ୍କାର ନିବେଶ ବୃଦ୍ଧି ପାଇ ୨.୮୪କୋଟି ଟଙ୍କା ହୋଇଛି। ତାଙ୍କର ପିପିଲି ଓ ଭବାନୀପାଟଣାରେ କୃଷି ଜମି ଥିବାବେଳେ ପଟିଆରେ ଉଭୟ ପତି-ପତ୍ନୀଙ୍କ ନାଁରେ କୋଠା ରହିଛି।

    Maximum 500 characters

    ରାଜନୀତି View all

    Find Us on Facebook