Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟସଭା ପ୍ରାର୍ଥୀ: ଦତ୍ତେଶ୍ୱର ହୋତାଙ୍କ କେତେ ସମ୍ପତ୍ତି ଜାଣନ୍ତୁ ?

    Share on :
    ajab-Image
    Date: Mar 7, 2026    Views: 3063

    ଭୁବନେଶ୍ୱର: ବିଜେଡି, କଂଗ୍ରେସ ଓ ସିପିଆଇଏମ୍ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ହୋତା ମୋଟ ୧୨.୮୫କୋଟି ଟଙ୍କାର ସମ୍ପତ୍ତିର ମାଲିକ। ୬୮ବର୍ଷୀୟ ଡାକ୍ତର ହୋତା ଜଣେ ପ୍ରତିଷ୍ଠିତ ୟୁରୋଲୋଜିଷ୍ଟ ଭାବେ ପରିଚିତ। ତାଙ୍କ ପତ୍ନୀ ସୁଜାତା ପୂଜାରୀ ମଧ୍ୟ ଜଣେ ଡାକ୍ତର ଓ ଏବେ ପୁରୀରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ୟ୍ୟରତ। ଡାକ୍ତର ହୋତାଙ୍କର ନିଜସ୍ୱ ଅସ୍ଥାବର ସମ୍ପତ୍ତି ପରିମାଣ ପ୍ରାୟ ୪.୯୨ କୋଟି ଟଙ୍କା ଓ ତାଙ୍କ ପତ୍ନୀଙ୍କ ନାଁରେ ପ୍ରାୟ ୨.୭୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। 

    ସୋନପୁର ଜିଲ୍ଲାରେ ପ୍ରାୟ ୪୦ଲକ୍ଷ ଟଙ୍କାର ପୈତୃକ କୃଷି ଜମି ରହିଛ। ଏହାବ୍ୟତୀତ କଟକ, ସୋନପୁର ଓ ଭୁବନେଶ୍ୱରରେ ତାଙ୍କର ଘର ଓ ଆପାର୍ଟମେଂଟ ରହିଛି, ଯାହାର ମୋଟ ବଜାର ମୂଲ୍ୟ ପ୍ରାୟ ୩.୩୩ କୋଟି ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ଭୁବନେଶ୍ୱରରେ ଏକ ବ୍ୟବସାୟିକ କୋଠା ଓ ଆପାର୍ଟମେଂଟ ରହିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୧.୬୦ କୋଟି ଟଙ୍କା  ବୋଲି ସେ ଦର୍ଶାଇଛନ୍ତି। 

    ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବାବେଳେ ସେ ଚଣ୍ଡିଗଡ଼ସ୍ଥିତ ପିଜିଆଇଏମଇଆରରୁ ଏମ.ସିଏଚ୍ (ୟୁରୋଲୋଜି) ଡିଗ୍ରୀ ହାସଲ କରିଛନ୍ତି । ସେ ୧୯୮୩ରେ ଏମବିବିଏସ୍ ଡିଗ୍ରୀ ହାସଲ କରିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook