Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟସଭା ନିର୍ବାଚନ: ତେଲେଙ୍ଗାନାର କାନ୍ତେ ସାୟାନାଙ୍କ ଫର୍ମ ନାକଚ

    Share on :
    ajab-Image
    Date: Mar 6, 2026    Views: 2905

    ଭୁବନେଶ୍ୱର: ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ସରିଲା ନାମାଙ୍କନପତ୍ର ଯାଞ୍ଚ । ମଇଦାନକୁ ଓହ୍ଲାଇଥିବା ୫ ମହାରଥୀଙ୍କ ପ୍ରାର୍ଥିପତ୍ର କାଏମ। କେହି ପ୍ରସ୍ତାବକ ନଥିବାରୁ ତେଲେଙ୍କାନାରୁ ନାମାଙ୍କନ ଭରିଥିବା କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ଯାଞ୍ଚ ପରେ ନାକଚ ହୋଇଛି।

    ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର କାଏମ ରହିଛି। ସେହିଭଳି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲା କରିଥିବା କମନ ପ୍ରାର୍ଥୀ ରାଜ୍ୟର ସୁନାମଧନ୍ୟ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା ପ୍ରାର୍ଥୀପତ୍ର ମଧ୍ୟ କାଏମ ରହିଛି। ଅନ୍ୟପଟେ ଏହି ଆସନ ପାଇଁ ବିଜେପି ସମର୍ଥନରେ ନାମାଙ୍କନ ଭରି ମଇଦାନକୁ ଓହ୍ଲାଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀତ୍ବ କାଏମ ରହିଛି। ମାର୍ଚ୍ଚ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ୧୬ରେ ହେବ ଭୋଟ ଗ୍ରହଣ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook