Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ଗଣିତ, ଚତୁର୍ଥ ଆସନକୁ ନେଇ ପ୍ରମୁଖ ଦଳ ଭିଡ଼ାଭିଡ଼ି

    Share on :
    ajab-Image
    Date: Feb 28, 2026    Views: 2953

    ଭୁବନେଶ୍ବର : ସସପେନ୍ସରେ ରାଜ୍ୟସଭା ଗଣିତ । ବିଜେଡି ପରେ କଂଗ୍ରେସ ନେଲା ନାମାଙ୍କନ ଫର୍ମ । ଚତୁର୍ଥ ଆସନକୁ ନେଇ ପ୍ରମୁଖ ଦଳ ଭିଡାଭିଡି । ସବୁ ଦଳର ଦମ୍ଭୋକ୍ତି ଆମେ ହାତେଇବୁ ଚତୁର୍ଥ ଆସନ । ଚତୁର୍ଥ ଆସନ ସସପେନ୍ସ ଜାରି । କିଏ ହାତେଇବ ରାଜ୍ୟସଭାର ୪ର୍ଥ ଆସନ ? ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ଗୋଳିଆ ହୋଇଛି ରାଜ୍ୟସଭା ନିର୍ବାଚନ ଗଣିତ । ଏହାରି ଭିତରେ ବିଜେଡି ବିଧାୟକ ସାରଦା ଜେନା ଦେଇଛନ୍ତି ବଡ ବୟାନ । ତାଙ୍କ ଯୁକ୍ତି ହେଉଛି ଚତୁର୍ଥ ଆସନ ଲଢ଼ି ପାରେ ବିଜେଡି । ଆଜି ନବୀନ ନିବାସରେ ବସୁଥିବା ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ । ବିରୋଧୀ ଦଳ ହିସାବରେ ବିଜେଡି ଲଢିବ । ବିଜେଡି ଏକ ଅଛି । ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ । ଚଇଉ ନବୀନ ପଟ୍ଟନାୟକଙ୍କୁ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛି ।
    ଆବଶ୍ୟକ ସଂଖ୍ୟା ନଥାଇ ରାଜ୍ୟସଭା ଚତୁର୍ଥ ଆସନ ପ୍ରାର୍ଥୀ ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ । ୫ଜଣ ନାଁ ନେଇ ପିସିସି ସଭାପତି ଭକ୍ତ ଦାସ ଦିଲ୍ଲୀ ଗସ୍ତ କରିଛନ୍ତି । କଂଗ୍ରେସ ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ରାଜ୍ୟସଭା ନିର୍ବାଚନ ପାଇଁ ୩ ସେଟ୍ ଫର୍ମ ନେଇଛନ୍ତି । ତାଙ୍କ ଯୁକ୍ତି ହେଉଛି ଏଆଇସିସି ରଣନୀତି ପ୍ରସ୍ତୁତ କରିସାରିଛି । କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ବିଜେପି ଗୋଟିଏ ଆସନ ଛାଡ଼ିଲେ ଅନ୍ୟ ସବୁ ଜିତିବ। ଗୋଟିଏ ଆସନ ବିଜେଡି ନେବ। ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପରେ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ତତ୍ପରତା ଦେଖାଦେଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook