Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୨ ସେଟ୍‌ ଗଲାଣି ନାମାଙ୍କନପତ୍ର

    Share on :
    ajab-Image
    Date: Feb 28, 2026    Views: 3191

    ଭୁବନେଶ୍ୱର: ଦୁଇଦିନରେ ୧୨ ସେଟ ନାମାଙ୍କନପତ୍ର ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ନେଇଛନ୍ତି। ବିଜେଡି ୬ସେଟ୍‌, କଂଗ୍ରେସ ୩ସେଟ୍‌ ଏବଂ ତିନିଜଣ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ନାମାଙ୍କନପତ୍ର ନେଇଥିବା ଜଣାପଡ଼ିଛି। ପ୍ରଥମ ଦିନ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ୬ଟି ସେଟ୍‌ ନାମାଙ୍କନପତ୍ର ନେଇଥିବା ବେଳେ ତେଲେଙ୍ଗାନାର କାନ୍ତେ ସାୟାନ୍ନା ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍‌ ନାମାଙ୍କନପତ୍ର ନେଇଥିଲେ। ଶୁକ୍ରବାର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗୋ ୩ସେଟ୍‌ ନାମାଙ୍କନପତ୍ର ନେଇଛନ୍ତି। ଏଥିସହିତ କଟକ ପୁରୀଘାଟ ଅନ୍ତର୍ଗତ ତେଲେଙ୍ଗା ବଜାର ଅଞ୍ଚଳର ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍‌ ନାମାଙ୍କନପତ୍ର ନେଇଥିବା ବେଳେ ଖୋରଧା ଜିଲାର ଗୁରୁଜଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍‌ ନାମାଙ୍କନପତ୍ର ନେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook