Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ରଣନୀତି: ବିଜେପିର ଗଣିତ ସଫଳ ହେବ ନାହିଁ:ତାରା

    Share on :
    ajab-Image
    Date: Feb 23, 2026    Views: 2939

    ଭୁବନେଶ୍ୱର: ରାଜ୍ୟସଭା ୪ ଆସନରେ କିଏ ହେବ ପ୍ରାର୍ଥୀ? କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ରାଜନୈତିକ ତାତି ବଢ଼ିବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ଏଥିସହିତ ନେତାଙ୍କ ଭିନ୍ନ ଭିନ୍ନ ବୟାନବାଜି ମଧ୍ୟ ଶୁଣିବାକୁ ମିଳୁଛି । କିଛିଦିନ ଅସୁସ୍ଥତା ପରେ ସ୍ୱାଭାବିକ ହେଉଥିବା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ରାଜ୍ୟସଭା ନିର୍ବାଚନ ନେଇ ରୋଚକ ମନ୍ତବ୍ୟ ଦେଇଛନ୍ତି ।

    ତାରା କହିଛନ୍ତି, ବିଜେଡି ଏବଂ ବିଜେପି ବିଧାୟକ ଆମ ସମ୍ପର୍କରେ ଅଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଚାମ୍ୱରରେ ପିସିସି ସଭାପତି ଭକ୍ତଚରଣ ଦାସ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । କଂଗ୍ରେସର ବିଧାୟକମାନେ କବାଟକିଳା ବୈଠକରେ ଶପଥ ନେଇଛନ୍ତି । ସେମାନେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବେ । ପିସିସି ସଭାପତି ନିଷ୍ପତ୍ତି ନେଇଛନ୍ତି, କଂଗ୍ରେସରୁ ପ୍ରାର୍ଥୀ ଦିଆଯିବ । ବିଜେପି ଯାହା ଭାବୁଛି, ବିଜେଡ଼ି ସହ ମିଶି ପ୍ରାର୍ଥୀ ଦେବେ, ତାଙ୍କର ଏହି ଗଣିତ ସଫଳ ହେବ ନାହିଁ । କଂଗ୍ରେସ ଯେଉଁ ପ୍ରାର୍ଥୀ ଦେବ, ତାକୁ ବିଜେଡ଼ିର କିଛି ବିଧାୟକ ସମର୍ଥନ ଦେବେ । ଏ ନେଇ ବିଚାର ବିମର୍ଶ ଚାଲିଛି । ରାହୁଲ ଗାନ୍ଧି ରାଜ୍ୟସଭା ପ୍ରାର୍ଥୀ ନେଇ ଆଲୋଚନା କରିବା ପାଇଁ ଡାକିବେ । ଭକ୍ତ ଦାସ ଶେଷ ନିଷ୍ପତ୍ତି ନେବେ ବୋଲି ତାରା କହିଛନ୍ତି 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook