Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ରଣନୀତି:ବିଜେପି ଘୋଡ଼ା ବେପାରରେ ସଫଳ ହେବନି- ବିଜେଡି

    Share on :
    ajab-Image
    Date: Feb 23, 2026    Views: 2835

    ଭୁବନେଶ୍ୱର: ରାଜ୍ୟସଭା ୪ ଆସନରେ କିଏ ହେବ ପ୍ରାର୍ଥୀ? କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ରାଜନୈତିକ ତାତି ବଢ଼ିବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ଏଥିସହିତ ନେତାଙ୍କ ଭିନ୍ନ ଭିନ୍ନ ବୟାନବାଜି ମଧ୍ୟ ଶୁଣିବାକୁ ମିଳୁଛି ।  ବିଜେଡି ବିଧାୟକ ଯୋଗେଶ ସିଂ କହିଛନ୍ତି, ବିଜେପି ଘୋଡ଼ା ବେପାରରେ ସଫଳ ହେବନି । ଆମେ ଘୋଡ଼ା ବେପାର କରୁ ନଥିଲୁ । ତେବେ ରାଜ୍ୟସଭା ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ଆମ ସଭାପତି ନେବେ । ବିଜେପି ବହୁତ କଥା କହିବ । ସେମାନେ କୁହାଳିଆ ସରକାର । ଭାଷଣବାଜିରେ ଏକ ନମ୍ୱର । ହେଲେ କାର୍ୟ୍ୟକାରୀ କରିବାରେ ଫେଲ୍ । ଏମାନେ ପୁଞ୍ଜିପତି ସରକାର । ଏ ସରକାର ପୁଞ୍ଜିପତିମାନଙ୍କ କଣ୍ଟ୍ରୋଲରେ । ସେମାନେ ସବୁ ସିଟ୍ ନେବାକୁ ଉଦ୍ୟମ କରିବେ । ଆମେ ମଧ୍ୟ କରୁଥିଲୁ । ଆମେ ସେଥିରେ ସଫଳ ମଧ୍ୟ ହେଉଥିଲୁ । କାହାର କ୍ଷତି କରୁନଥିଲୁ । ନିୟମ ଅନୁସାରେ କରୁଥିଲୁ । ଆମେ ଘୋଡ଼ା ବେପାର କରୁନଥିଲୁ । ଏମାନେ ଘୋଡ଼ା ବେପାର କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି । ଯୁବ ବିଜେଡି ରାଜ୍ୟ ସଭାପତି ଚିନ୍ମୟ ସାହୁ କହିଛନ୍ତି, ଆମର ଗୋଟିଏ ଇଞ୍ଜିନ୍, ଗୋଟିଏ ନେତା । ନବୀନ ସବୁବେଳେ ସରପ୍ରାଇଜ୍ ଦିଅନ୍ତି । ଏଥର ରାଜ୍ୟସଭା ଆସନକୁ ନେଇ ବି ମାଷ୍ଟରଷ୍ଟ୍ରୋକ୍ ଖେଳିବେ ନବୀନ । ଆଉ ସେହି ମାଷ୍ଟରଷ୍ଟ୍ରୋକ୍ରେ ସମସ୍ତ ବିରୋଧୀ ଘାଇଲା ହୋଇଯିବେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook