ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି । ଅନେକଙ୍କୁ ପରୋକ୍ଷ ଭାବେ ସେ ଟାର୍ଗେଟ କରିଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, କେତେବେଳେ କଣ ଗେମ୍ ହେବ କିଛି କହି ହେବ ନାହିଁ । ଅପେକ୍ଷା କରନ୍ତୁ, ରାଜନୀତିରେ କିଛି ଅସମ୍ଭବ ନୁହେଁ । କେତେବେଳେ କଣ ହେବ କିଏ କହିବ, ସବୁ ଆଡ଼କୁ ଧ୍ୟାନ ଦେଇଛୁ । କେଉଁଠି କିଏ ବକ୍ତବ୍ୟ ଦେଲେ ନଜର ରଖିଛୁ। କେଉଁଠି କିଏ ଭୋଜିଭାତ କରି ମେଳି କଲେ, ତା ଉପରେ ବି ନଜର ରହିଛି । ବହୁତ କିଛି ସମୀକରଣ ୨୦୨୬ ମସିହାରେ ହେବାକୁ ଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଆସନ୍ତା ଏପ୍ରିଲ ୨ ତାରିଖରେ ଓଡ଼ିଶାର ୪ରାଜ୍ୟସଭା ସାଂସଦଙ୍କ କାର୍ୟ୍ୟକାଳ ସରୁଛି। ସେମାନେ ହେଉଛନ୍ତି ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍ କୁମାର ।
Comments ସମସ୍ତ ମତାମତ