ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ଶୁକ୍ରବାର ପିସିସି ସଭାପତି ଭକ୍ତଚରଣ ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହାରଜିତକୁ ଭୟ ନାହିଁ । ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ । ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ୱେ ୩/୪ ଜଣଙ୍କ ନାମ ସ୍ଥିର ହୋଇଛି । ଏନେଇ ଦଳ ପକ୍ଷରୁ ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ । ଦଳ ଭିତରୁ କିମ୍ବା ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ।
ପ୍ରକାଶ ଯେ ଆସନ୍ତା ଏପ୍ରିଲରେ ସରୁଛି ୪ ରାଜ୍ୟସଭା ସାଂସଦ ମୁନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ, ସୁଜିତ କୁମାରଙ୍କ କାର୍ୟ୍ୟକାଳ । ଏସବୁ ସିଟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । କିନ୍ତୁ ନିର୍ବାଚନ ଗଣିତ କହୁଛି ୪ ଆସନ ମଧ୍ୟରୁ ଶାସକ ଦଳ ଖାତାକୁ ୨ଟି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଖାତାକୁ ଗୋଟିଏ ଆସନ ଯିବ । ଚତୁର୍ଥ ଆସନ ପାଇଁ କାହା ପାଖରେ ବି ଆବଶ୍ୟକୀୟ ସଂଖ୍ୟା ନାହିଁ ।
Comments ସମସ୍ତ ମତାମତ