Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦେବାଶିଷ ଓ ଶୁଭାଶିଷ

    Share on :
    ajab-Image
    Date: Feb 21, 2024    Views: 3338

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜୟୀ ରାଜ୍ୟସଭା ପ୍ରାର୍ଥୀ । ନବୀନ ନିବାସ ଯାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜୟୀ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ।ରାଜ୍ୟସଭାକୁ ପଠାଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ ସ୍ବାର୍ଥ ପାଇଁ ସଂସଦରେ ସ୍ବର ଉତ୍ତୋଳନ କରିବାକୁ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ପ୍ରାର୍ଥିପତ୍ର ପତ୍ୟାହାରର ସମୟସୀମା ସରିବା ପରେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସଲ ।  ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବାପରେ ଦେବାଶିଷ କହିଛନ୍ତି  ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରରେ ରାଜ୍ୟ ସ୍ବାର୍ଥ କଥା ଉଠାଯିବ । ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରି ଆସିଛନ୍ତି । ସେ ଦାବିକୁ ଜୋରଦାର କରିବା ସହ ବିଜୁ ବାବୁଙ୍କୁ ଭାରତ ରତ୍ନ କଥା ବି ଗୃହରେ ଉଠାଇବୁ। ଅନ୍ୟପଟେ ଶ୍ରୀକ୍ଷେତ୍ର ସହ ଓଡ଼ିଶାର ସ୍ବାର୍ଥ ପାଇଁ ସଂଘୀୟ ବ୍ୟବସ୍ଥାରେ ଦିଲ୍ଲୀରେ ଦାବି ଉପସ୍ଥାପନ କରିବୁ ବୋଲି କହିଛନ୍ତି ଶୁଭାଶିଷ ଖୁଣ୍ଟିଆ ।

    Maximum 500 characters

    ରାଜନୀତି View all

    Find Us on Facebook