ମୁଖ୍ୟ ଖବର
ଜୟପୁର : ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଲାଗିରହିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଥିବାବେଳେ ରାଜ୍ୟପାଳ କିନ୍ତୁ ମନା କରିଦେଇଛନ୍ତି । ଯେଉଁଥିପାଇଁ ରାଜଭବନ ଆଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ କାଲରାଜ ମିଶ୍ର ୬ଟି ପ୍ରଶ୍ନ କରିଛନ୍ତି । ଏନେଇ ସେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ।
୧. କେଉଁ ତାରିଖରେ ବିଧାନସଭା ଅଧିବେଶନ ବସିବ ସେନେଇ କ୍ୟାବିନେଟ ନୋଟରେ ଉଲ୍ଳେଖ କରାଯାଇନାହିଁ । କରୋନା ସମୟରେ କିଭଳି ବିଧାନସଭାର ଅଧିବେଶନ ବସିବ ତାହାର ସବିଶେଷ ବିବରଣୀ ଦିଅନ୍ତୁ ?
୨. ବିଧାନସଭା ଅଧିବେଶନ ପୂର୍ବରୁ ୨୧ ଦିନିଆ ନୋଟିସ ଦିଆଯାଏ ।
୩. ବିଧାୟକମାନଙ୍କୁ ସ୍ୱାଧୀନ ଭାବେ ବୁଲିବାକୁ ସୁନିଶ୍ଚିତ କରାଯାଉ
୪. ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପଡ଼ିରହିଛି ।
୫. ସମ୍ବିଧାନର ପରିଧି ଭିତରେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ଦରକାର
୬. ଯଦି ରାଜ୍ୟ ସରକାରଙ୍କର ସଂଖ୍ୟାଗରିଷ୍ଠତା ରହିଛି ତେବେ ଆସ୍ଥା ଭୋଟ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯିବ କାହିଁକି ?
Comments ସମସ୍ତ ମତାମତ