Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜସ୍ଥାନରେ ଘୋଡ଼ା ଦର ବଢ଼ୁଛି : ଗେହଲଟ

    Share on :
    ajab-Image
    Date: Jul 31, 2020    Views: 4135

    ଜୟପୁର : ରାଜସ୍ଥାନ ବିଧାନସଭା ଅଧିବେଶନ ଅଗଷ୍ଟ ୧୪ ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟରେ ଘୋଡ଼ା ବେପାର ବୃଦ୍ଧି ପାଇଥିବା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି । ଜଣେ ଜଣେ ବିଧାୟକଙ୍କୁ ପକ୍ଷ ପରିବର୍ତ୍ତନ କରିବା ଲାଗି ୧୦ ରୁ ୧୫ କୋଟି ଟଙ୍କା ଯଚା ଯାଉଥିବା ସେ କହିଛନ୍ତି । ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ଟାର୍ଗେଟ କରି ଗେହଲଟ କହିଛନ୍ତି ଯେ ଉତ୍ତରପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପି ପ୍ରରୋଚନାରେ କାର୍ଯ୍ୟ କରୁଛନ୍ତି । ମାୟାବତୀଙ୍କ ଅଭିଯୋଗ ଯଥାର୍ଥ ନୁହେଁ ବୋଲି ଗେହଲଟ କହିଛନ୍ତି । ବିଏସପିର ୬ ବିଧାୟକ କଂଗ୍ରେସରେ ମିଶି ସାରିଥିବା ବେଳେ ସେମାନଙ୍କୁ ଦଳୀୟ ହୁଇପ ଜାରି କରିବା ଯଥାର୍ଥନ ନୁହେଁ । ରାତିରେ ରାଜସ୍ଥାନ ସରକାର ଚତୁର୍ଥ ଥର ପାଇଁ ବିଧାନସଭା ଅଧିବେଶନ ଡାକିବାକୁ ସଂଶୋଧିତ ପ୍ରସ୍ତାବ ଦେବା ପରେ ଏହାକୁ ରାଜ୍ୟପାଳ କଲରାଜ ମିଶ୍ର ଗ୍ରହଣ କରିଥିଲେ । ସଂଶୋଧିତ ପ୍ରସ୍ତାବରେ ଅଗଷ୍ଟ ୧୪ ରୁ ଅଧିବେଶନ ଡାକିବାକୁ ପ୍ରସ୍ତାବ ଦିଆଯାଇଥିଲା ।

    Maximum 500 characters

    ରାଜନୀତି View all

    Find Us on Facebook