Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ପୁରାତନ ବନାମ ନୂତନ; ମଞ୍ଜୁଆତି ବଦଳରେ ମେହେନ୍ଦି

    Share on :
    ajab-Image
    Date: Jun 11, 2023    Views: 2952

    ଭୁବନେଶ୍ୱର: ରଜ ଓଡ଼ିଶାର ଏକ ଗଣ ପର୍ବ । ଧନୀ ଠାରୁ ଆରମ୍ଭ କରି ଗରିବ ଏଠାରେ ସମସ୍ତେ ସମାନ । ରଜ ଆସିଲେ ଗାଁ ଗହଳି ଠାରୁ ନେଇ ସହର ସବୁଠି ଜମିଯାଏ ଆସର । ପିଠାପଣାରେ ଘରଘର ବାସେ । ଝିଅ, ବୋହୂ ଯେପରି ଅପେକ୍ଷା କରି ରହିଥାନ୍ତି ରଜପର୍ବକୁ । ସଜବାଜ ହୋଇ ରଜ ଦୋଳି ଖେଳିବାର ମଜା ଉଠାନ୍ତି ମହିଳା ଓ ଯୁବତୀ ଗଣ । ପୂର୍ବରୁ ରଜ ଆସିଲେ ମା’ ମାନେ ବାଡ଼ିରେ ହୋଇଥିବା ମଞ୍ଜୁଆତି ଗଛରୁ ପତ୍ର ତୋଳି ଆଣି, ବାଟି ଝିଅ ବୋହୂଙ୍କ ହାତରେ ଲଗାଇଦିଅନ୍ତି । ଏବେ ଆଉ ସେ ଯୁଗ ନାହିଁ । ଯୁଗ ବଦଳିବା ସଙ୍ଗେଙ୍ଗେ ଲୋକଙ୍କର ପସନ୍ଦ ମଧ୍ୟ ଆଧୁନିକ ହୋଇସାରିଛି ।

    ମେଞ୍ଜୁଆତି ପତ୍ର ଥିଲେ ମଧ୍ୟ ଏବେ ତାର ସ୍ଥାନ ନେଇଛି ମେହେନ୍ଦି । ଏଣୁ ରଜ ଆସିଲେ ମେହେନ୍ଦି ଚାହିଦା କାହିଁରେ କଣ ବଢ଼ିଯାଇଥାଏ । ଭଳିକି ଭଳି ମେହେନ୍ଦି ଡିଜାଇନରେ ହାତକୁ ସଜେଇବା ପାଇଁ ଏବେଠାରୁ ବିଭିନ୍ନ ବିୟୁଟି ପାର୍ଲର ଓ ମାର୍କେଟରେ ମେହେନ୍ଦି ଆର୍ଟିଷ୍ଟଙ୍କ ଚାହିଦା ବଢ଼ିଯାଇଛି । ଗୋଟେ ହାତର ମେହେନ୍ଦି କହୁଣୀଠାରୁ ହାତ ପାପୁଲି ଓ ଆଙ୍ଗୁଠି ସବୁ କରିବାକୁ ୭୫୦ରୁ ୧୦୦୦ଟଙ୍କା ପଡ଼ୁଛି । ସେହିଭଳି ୨୦୦ରୁ ଆରମ୍ଭ କରି ୨୦୦୦ଟଙ୍କା ପର୍ଯ୍ୟନ୍ତ ମେହେନ୍ଦି ଡିଜାଇନ୍‌ ପକାଯାଉଛି । ବିବାହ ଋତୁ ପରେ ମେହେନ୍ଦିର ଅଧିକ ଚାହିଦା ସାବିତ୍ରୀ ଓ ରଜ ସମୟରେ ରହିଥାଏ । ଏଣୁ ଏହି ସମୟରେ ପାର୍ଲରରେ ନାହିଁ ନଥିବା ଭିଡ଼ ହୁଏ । 

    Maximum 500 characters

    ଅଜବ View all

    Find Us on Facebook