Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଜାଣନ୍ତୁ, କାହିଁକି ପାଳନ କରାଯାଏ ରଜ ?

    Share on :
    ajab-Image
    Date: Jun 8, 2023    Views: 2778

    ଭୁବନେଶ୍ୱର: ବର୍ଷଋତୁର ପ୍ରଥମ ସୋପାନରେ ଧରିତ୍ରୀ ଆଦ୍ର ଥାଏ । ବାୟୁର ଶୀତୁଆ ଶୀତୁଆ ଠାଣି ଥଣ୍ଡା ଜନିତ ରୋଗକୁ ନିମନ୍ତ୍ରଣ କରିଥାଏ । ଖାଲି ପାଦରେ ଯାତାୟାତ କଲେ ଥଣ୍ଡା ଜନିତ ରୋଗ ହେବାର ସମ୍ଭାବନା ଥିବାରୁ  ବୋଧହୁଏ, କଦଳୀପାଟୁକା ଓ ଗୁଆ ଖୋଳପାର ଚାହିଦା ତଥା ବ୍ୟବହାର ଉପଲବ୍ଧି ହୋଇଥାଏ । ପୁନଶ୍ଚ ଧରିତ୍ରୀ ରଜସ୍ୱଳା ହୋଇଥିବାରୁ ମାଟି ଉପରେ ଚାଲିବା ସମୀଚୀନ ନୁହେଁ । ଚାଉଳ କୁଟିବା, ଶିଳରେ ବାଟିବା, ପାଣି ବୋହିବା ପରି ଘରୋଇ କାର୍ଯ୍ୟରେ ସାଧାରଣତଃ ଲଗାମ ଲାଗିଥାଏ । ରଜପର୍ବର ଚତୁର୍ଥ ଦିନ ଧରାସ୍ନାନରେ ପ୍ରତ୍ୟୁଷରେ ପ୍ରତ୍ୟେକ ଘର ଅଗଣାରେ ଏକ କାଷ୍ଠ ଉପରେ ଲଙ୍ଗଳ ଲୁହା ସହିତ ଶିଳପୁଆ, ନଡ଼ିଆ ଇତ୍ୟାଦି ରଖି ହଳଦୀ ପାଣିରେ ସ୍ନାନ କରାଯାଇଥାଏ । ଦୋଳି ଖେଳର ପରମ୍ପରା ଆଦିବାସୀ ସମ୍ପ୍ରଦାୟରେ ବି ବିଷେଶ ଭାବରେ ପରିଲକ୍ଷିତ ହୋଇଥାଏ । ଗାଁ ଠାରୁ ସହର ସବୁଠି ଏବେ ରଜର ଆସର ଜମିବା ଆରମ୍ଭ ହେଲାଣି ।

    ତେବେ ଆସନ୍ତୁ  ଜାଣିବା କାହିଁକି ପାଳନ କରାଯାଏ ରଜ ?
    ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ରଜକୁ ସାରା ଓଡ଼ିଶାର ବୃଦ୍ଧବନିତା ଖୁବ୍‌ ଧୁମଧାମରେ ପାଳନ କରନ୍ତି । ଏହି ସମୟରେ ନିଜକୁ ଶସ୍ୟ-ଶ୍ୟାମଳା ଓ ଫଳବତୀ କରିବାର ଆକାଂକ୍ଷା ଜାଗେ ଧରିତ୍ରୀ ମାଟିରେ । ନାରୀ ଓ ଧରିତ୍ରୀ ଉଭୟ ସମାନ ହୋଇଥାନ୍ତି । ନାରୀଟିଏ ଯେପରି ସବୁ କଷ୍ଟ ସହି ଜନନୀ ହୋଇ ନିଜ ସନ୍ତାନ୍‌ୁ ଧରାପୃଷ୍ଠକୁ ଆଣି ଲାଳନ ପାଳନ କରିଥାଏ । ସେହିପରି ଧରିତ୍ରୀ ମାତା ନିଜ ବକ୍ଷରେ ସମସ୍ତଙ୍କୁ ଆଦରି ନେଇଥାଏ । ବୃକ୍ଷଲତା ଠାରୁ ଆରମ୍ଭ କରି ପଶୁପକ୍ଷୀ, ମନୁଷ୍ୟ ସମସ୍ତେ ତା’ର ସନ୍ତାନ । ଋତୁଚକ୍ରରେ ବଦଳିଥାଏ ତା’ର ଚିତ୍ର ଓ ଚରିତ୍ର । ବର୍ଷକୁ ଥରେ ନାରୀ ପରି ମାଟି ମା’ ବା ଧରିତ୍ରୀ ମଧ୍ୟ ଋତୁମତୀ ହୋଇଥାଏ । ତାକୁ ବିଶ୍ରାମ ଲୋଡ଼ା ହୋଇଥାଏ । ଏହି ସମୟରେ ତାକୁ ଛୁଇଁବା କିମ୍ବା କ୍ଷତାକ୍ତ କରିବାକୁ ବାରଣ କରାଯାଇଥାଏ । ସେ ନିଜକୁ ପ୍ରସ୍ତୁତ କରିଥାଏ ସମାଜର ସୁଖଦ ଭବିଷ୍ୟତ ପାଇଁ । ପ୍ରଥମ ଦିନରେ ସଜବାଜ ଠାରୁ ଆରମ୍ଭ କରି ପହିଲି ରଜ, ରଜସଂକ୍ରାନ୍ତି, ଭୂମିଦହନ ପରେ ଆସେ ବସୁମତି ସ୍ନାନ । ଏହି ଦିନ ହଳଦୀ ପାଣିରେ ସ୍ନାନ କରନ୍ତି ଧରିତ୍ରୀ ମାତା । ନୂଆପିଢ଼ା, ନୂଆଲୁଗା, ଶୀଳପୁଆ, ଲଙ୍ଗଳଲୁହା ସହିତ ଚନ୍ଦନ, ସିନ୍ଦୁର, ଭୋଗ, ନୈବେଦ୍ୟ ଅର୍ପଣ କରାଯାଇଥାଏ ଓ ଭକ୍ତି ସହକାରେ ଧରିତ୍ରୀ ମାତାର ପୂଜା କରାଯାଏ । ଯାହା ଫଳରେ ଶସ୍ୟଶ୍ୟାମଳା ହୋଇଉଠେ ଧରିତ୍ରୀ । 

    Maximum 500 characters

    ଅଜବ View all

    Find Us on Facebook