Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ନିଆରା ରଜ ପର୍ବ

    Share on :
    ajab-Image
    Date: Jun 7, 2023    Views: 2759

    ସାଲେପୁର: ଦିନ କେଇଟା ପରେ ଆସୁଛି ରଜ, ସେଥିପାଇଁ ଗାଁ ଠାରୁ ସହର ସବୁଠାରେ ପ୍ରସ୍ତୁତ ଚାଲିଛି । ଯୁବକ ଯୁବତୀମାନେ ସଜବାଜ ହେବା ସହିତ କିଣାକିଣି କରିବା ଆରମ୍ଭ କରିଦେଇଛନ୍ତି । ଛୋଟଛୋଟ ପିଲାମାନେ ନାଚ ଗୀତ ସହିତ ବିଭିନ୍ନ ପ୍ରକାରର ଖେଳକୁଦ ମଧ୍ୟ ପ୍ରସ୍ତୁତି କରିବା ଆରମ୍ଭ କରିଦେଇଛନ୍ତି । ରଜ ପାଇଁ ଏଠାରେ ଗୋଟିଏ ସ୍ୱତନ୍ତ୍ର ଆଖଡ଼ା ଘର ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଠାରେ ଶିକ୍ଷକ ଆସି ନାଚ, ଗୀତ ଶିଖାଇଥାନ୍ତି । ଏମିତି ଏକ ନିଆରା ଗାଁ ହେଉଛି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଗୋପପୁର ଗ୍ରାମ । ଏହି ଗ୍ରାମରେ ରଜପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଇଥାଏ ।

    ଏହି ଗ୍ରାମରେ ରଜପର୍ବ ପାଳନ ପାଇଁ ଗୋଟିଏ ସ୍ୱତନ୍ତ୍ର ଭାବେ ରଜ କମିଟି ଅଛି । ଏହି କମିଟି ଦ୍ୱାରା ଛୋଟଛୋଟ ପିଲାଙ୍କୁ ନେଇ ବିଭିନ୍ନ ପ୍ରକାର ନାଚ ପ୍ରଶିକ୍ଷଣ ଦିଆଯାଇଥାଏ  । କାରଣ ରଜ ତିନି ଦିନ ଧରି ଏହି ପିଲାମାନେ ଷ୍ଟେଜ ଉପରେ ତାଙ୍କର ନୃତ୍ୟ ପରିବେଶଣ କରିଥାନ୍ତି ଏବଂ ଏହି ଗ୍ରାମର ଛୋଟ ଠାରୁ ବଡ଼ ପିଲା ମାନେ ଏହି ନାଚରେ ଭାଗ ନେଇଥାନ୍ତି  । ଖାଲି ନାଚ ନୁହେଁ ବିଭିନ୍ନ ପ୍ରକାର ଝୁଲଣା ମଧ୍ୟ ଏଠି ଲାଗିଥାଏ  । ଏହି ଗ୍ରାମ ରେ ଏହି ରଜ ପର୍ବ ୧୦ରୁ ୧୨ବର୍ଷ ହେବ ଏମିତି ନିଆଁରା ଢଙ୍ଗରେ ପାଳନ କରିଆସୁଛନ୍ତି  ।

    ଓଡିଶାର ଗଣ ପର୍ବ ହେଉଛି ରଜ, ଏହି ରଜ ପର୍ବକୁ ଖାସ କରି ଝିଅମାନେ ଅଧିକ ପାଳନ କରିଥାନ୍ତି  । ସେଥିପାଇଁ ଏହି ଗ୍ରାମରେ ଛୋଟ ଛୋଟ କୁନି ଝିଅ ମାନେ ନିଜର କଳା ପ୍ରତିଭାକୁ ଏହି ରଜରେ ହିଁ ଦେଖାଇଥାନ୍ତି  । ନିଜ ଗ୍ରାମରେ ଏତେ ସୁନ୍ଦର ଭାବେ ରଜ ପର୍ବ ପାଳନ କରାଯାଉଥିବାରୁ କୁନି ପିଲା ମାନେ ବହୁତ ଖୁସି  । ଏହି ରଜ ମହୋତ୍ସବ ପାଇଁ ପ୍ରାୟ ଗ୍ରାମର ୫୦ରୁ୬୦ ଜଣ ପିଲା ସବୁଦିନ ନାଚ ଶିଖିଥାନ୍ତି  । ଦିନକୁ ୩ ରୁ ୪ଘଣ୍ଟା ଏମାନେ ଏଥିପାଇଁ ଦେଇଥାନ୍ତି  । ତେବେ ଏଭଳି ଏକ ନିଆରା ଢଙ୍ଗରେ ରଜ ପର୍ବ ପାଳନ କରି ଏହି ଗାଁ ଲୋକେ ଏକତାର ବାର୍ତ୍ତା ଦେବା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

    Maximum 500 characters

    ଅଜବ View all

    Find Us on Facebook