Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡ଼ିବା: ରାଜନାଥ

    Share on :
    ajab-Image
    Date: Mar 6, 2026    Views: 3415

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି। ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଚେତାବନୀ ଦେଇଛନ୍ତି। ପର୍ସିଆନ ଗଲ୍ଫ ଅଞ୍ଚଳ ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳରେ ବ୍ୟାଘାତ ହେଲେ ତେଲ ଓ ଗ୍ୟାସ ଯୋଗାଣରେ ପ୍ରଭାବ ପଡ଼ିବ। ଯାହା ଅର୍ଥନୀତି ଏବଂ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି।

    ଇସ୍ଲାମିକ ସାଧାରଣତନ୍ତ୍ର ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ୍‌ର ଘମାଘୋଟ ଯୁଦ୍ଧ ଦିନକୁ ଦିନ ପରିସ୍ଥିତିକୁ ଜଟିଳ କରୁଛି। ଯୁଦ୍ଧ ଜାରି ରହିଲେ ଭବିଷ୍ୟତରେ ଏହା ଆହୁରି ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି।

    ଏପରିକି ଯୁଦ୍ଧ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ଅନ୍ୟ ଭୂଖଣ୍ଡକୁ ବ୍ୟାପିବା ଆରମ୍ଭ ହୋଇଛି। ବୁଧବାର ଭାରତୀୟମାନେ ହୋଲି ଖେଳିବାରେ ବ୍ୟସ୍ତ ଥିବାବେଳେ ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ର ଏକ ଯୁଦ୍ଧଜାହାଜକୁ ଆକ୍ରମଣ କରାଯାଇଛି। ଆମେରିକାର ବୁଡ଼ାଜାହାଜ ଶ୍ରୀଲଙ୍କା ଉପକୂଳରେ ଇରାନୀୟ ଯୁଦ୍ଧଜାହାଜ ଆଇଆର୍‌ଆଇଏସ ଡେନାକୁ ଟାର୍ଗେଟ କରି ବୁଡ଼ାଇଦେବାରେ ସକ୍ଷମ ହୋଇଛି। ଏହି ଘଟଣାକ୍ରମ ପରେ ଯୁଦ୍ଧର କ୍ରମବର୍ଦ୍ଧିଷ୍ଣୁ ପରିସୀମା ଓ ପ୍ରଭାବ ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

    ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକ ଉପରେ ନିୟନ୍ତ୍ରଣ ହରାଇଥିବା ବିରୋଧୀ ପକ୍ଷରୁ ଅଭିଯୋଗ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook