Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରଥମଥର ମନ୍ତ୍ରୀ ଭାବେ ଶପଥ ନେଲେ ରାଜେନ୍ଦ୍ର ଢୋଲକିଆ

    Share on :
    ajab-Image
    Date: Jun 5, 2022    Views: 7563

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଛି  । ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ ।  ଆଉ ଆଜି  ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର  ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି  । ଏଥିପାଇଁ ଲୋକସେବା ଭବନର କନଭେନସନ୍ ହଲରେ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

    ତେବେ  ଏହାରି ଭିତରେ  ନବୀନଙ୍କ ନୂଆ ଟିମରେ ପ୍ରଥମଥର ମନ୍ତ୍ରୀ ଭାବେ ଶପଥ ନେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ୨୦୦୯ରେ ନୂଆପଡ଼ାରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ତେବେ ଅଭିଜ୍ଞତା ଏବଂ ଦକ୍ଷତା ଦୃଷ୍ଟିରୁ ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ରାଜେନ୍ଦ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଇଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook