ମୁଖ୍ୟ ଖବର
ଭୁବନେଶ୍ବର: ଓଡିଶା ବିଧାନଭାରେ ମହାମହିମ ରାଷ୍ଟ୍ରପତି । ଐତିହାସିକ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ପବିତ୍ର ଗୃହକୁ ସମ୍ବୋଧିତ କରିବା ଅବସରରେ ବିଧାନସଭା ପରିସରରେ ପହଞ୍ଚିଥିଲେ ମହାମହିମ । ଆଉ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଓ ପରେ ଫଟୋ ସେସନ ଆରମ୍ଭ ହୋଇଥିଲା । ଫଟୋ ସେସନକୁ ଯିବା ବେଳେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ମହାମହିମ ରାଷ୍ଟ୍ରପତି ରାଜା ସ୍ବାଇଁଙ୍କୁ ଦେଖି କିଛି ସମୟ ଅଟକିଯାଇଥିଲେ ଆଉ ତାଙ୍କ ସହ କଥା ହୋଇଥିଲେ ।
ତେବେ ମହାମହିମ ରାଷ୍ଟ୍ରପତି, ରାଜା ସ୍ବାଇଁଙ୍କ ସହ କଣ କଥା ହେଲେ ଏବଂ ତାଙ୍କୁ ସେ କଣ କହିଲେ, ଗଣମାଧ୍ୟମ ଆଗରେ ବଖାଣିଛନ୍ତି ରାଜା ସ୍ବାଇଁ । କହିଛନ୍ତି- ମହାମହିମ ରାଷ୍ଟ୍ରପତି ମତେ କହିଲେ ତମେ ସବୁଠୁ ପୁରୁଣା । ଆମେ ଏକାଠି ବସୁଥିଲୁ । ସେ ମନ୍ତ୍ରୀ ଥିଲେ, ମୁଁ ବି ମନ୍ତ୍ରୀ ଥିଲି । ଆମର ଭାଇ-ଭଉଣୀ ଭଳିଆ ସମ୍ପର୍କ ଥିଲା । ମନ୍ତ୍ରିମଣ୍ଡଳରେ ଆମେ ଦୁଇ ସହକର୍ମୀ ଥିଲୁ । ମତେ ଦେଖି ସିଏ କହିଲେ, ଆପଣ ତ ସବୁଠାରୁ ସିନିୟର ମୋଷ୍ଟ ପର୍ସନଟ୍ଟ ମୁଁ ବି କହିଲି ଆପଣ ବି ସିନିୟର ମୋଷ୍ଟ ସିଟିଜେନ୍ ଅଫ୍ ଦ କଣ୍ଟ୍ରିଟ୍ଟ ପୁରୁଣା ସ୍ମୃତି ଗୁଡାକ ସବୁ ତାଜା ହୋଇଗଲା ବୋଲି କହିଛନ୍ତି ରାଜା ସ୍ବାଇଁ ।
Comments ସମସ୍ତ ମତାମତ