Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପହିଲି ରଜରେ ୫ କୋଟି ଆମିଷ ବିକ୍ରି

    Share on :
    ajab-Image
    Date: Jun 15, 2026    Views: 3028

    ଭୁବନେଶ୍ୱର: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି ।  ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା,  ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ ହୋଇଛନ୍ତି ବେପାରୀ । ରବିବାର ପହିଲି ରଜରେ ମୋଟ ୪  କୋଟି ୯୬ଲକ୍ଷ ୪୦ହଜାର ଟଙ୍କାର ଆମିଷ ବେପାର ହୋଇଛି । ଯଦିଓ  ଏଥର ଟାର୍ଗେଟ ଥିଲା ସାତ କୋଟି । ମାତ୍ର ସେଭଳି ବେପାର ହୋଇନି ।  

    ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ସୂଚନା ଅନୁସାରେ, ରବିବାର ମୋଟ ୩୪ଟି ଖାସି ଗାଡ଼ି ଆସିଥିଲା । ମୋଟ ୫୧୦ କୁଇଣ୍ଟାଲ (୫୧ଟନ୍‌) ର ଖାସି ବେପାର ହୋଇଥିବା ବେଳେ ତାର ଦାମ୍‌ ଥିଲା ୨କୋଟି ୪୬ଲକ୍ଷ  ୫୦ହଜାର । ଖାସି କିଲୋ ପିଛା ୮୫୦ ଓ ମଟନ୍‌ କିଲୋ ପିଛା ୭୦୦ଟଙ୍କାରେ  ବିକ୍ରି ହୋଇଥିଲା । ସେହିପରି ୮୬୨.୫  କୁଇଣ୍ଟାଲ(୮୬.୨୫ଟନ୍‌)ର ଚିକେନ୍‌ ବିକ୍ରି  ହୋଇଥିବା ବେଳେ ଏଥିରୁ ୧କୋଟି  ୧୭ଲକ୍ଷ ୩୦ହଜାର ଟଙ୍କା ରୋଜଗାର  ହୋଇପାରିଛି । ଆଜି ବ୍ରଏଲର କିଲୋ  ପ୍ରତି ୨୪୦, ଦେଶୀ ୬୦୦ ଓ କଲର ବାର୍ଡ  ୩୫୦ଟଙ୍କା ଥିଲା ।
     
    ମାଛ କଥା କହିଲେ,  ମୋଟ ୮୮୨ କୁଇଣ୍ଟାଲ(୮୮.୨ ଟନ୍‌)ର  ମାଛ ବେପାର ହୋଇଥିଲା । ଯାହାର ଦାମ୍‌  ଥିଲା ୧କୋଟି ୧ଲକ୍ଷ ୫୨ ହଜାର । ତେବେ  ମାଛ ଶସ୍ତା ଥିଲା । ରୋହି କିଲୋ ପ୍ରତି ୧୮୦ରୁ  ୨୦୦, ଭାକୁର ୨୪୦, ଜଳଙ୍ଗ ୨୦୦, ମିରକାଳି ୨୦୦,  ଖଇଙ୍ଗା ୪୦୦, ଇଲିସି ୧୦୦୦ରୁ ୧୨୦୦, ଚିଙ୍ଗୁଡ଼ି  ୧୫୦ରୁ ୧୦୦୦, କଙ୍କଡ଼ା ୩୦୦ରୁ ୧୦୦୦ ଟଙ୍କା  ରହିଥିଲା । ଅଣ୍ଡା ବେପାର ବି ଠିକ୍‌ଠାକ ଥିଲା ।  ୨୨୨୦ କାର୍ଟୁନ ଅଣ୍ଡା ବିକ୍ରି ହୋଇଥିବା ବେଳେ  ୩୧ଲକ୍ଷ ୮ହଜାର ଟଙ୍କାର ଆୟ ହୋଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook