Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବର୍ଷା : ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

    Share on :
    ajab-Image
    Date: Mar 23, 2023    Views: 3191

    ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ରାୟଗଡ଼ା, ଗଜପତି , ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କେଉଁଝର ଲୋକସଭା ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପଡିପାରେ ପ୍ରଭାବ ।
    ସେପଟେ ପୁଣିଥରେ ପଶ୍ଚିମା ଝଡ଼ ସକ୍ରିୟ ହେବ । ଏହାର ପ୍ରଭାବ ରାଜ୍ୟରେ ପଡିବ । ଆଗାମୀ ୪ ଦିନ ଯାଏ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି ଓ ବାଲେଶ୍ୱର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

    ୨୪ରେ ନବରଙ୍ଗପୁର, ନୂଆପଡ଼ା ଓ ବରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୫ରେ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର ଓ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି । ୨୬ରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ ।

    Maximum 500 characters

    ତାଜା ଖବର View all

    Find Us on Facebook