Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖୋର୍ଦ୍ଧାରେ ଜିଲାରେ ୩୩୫.୭ ମିଲିମିଟର ବର୍ଷା

    Share on :
    ajab-Image
    Date: Nov 20, 2026    Views: 3318

    ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଶୁକ୍ରବାର ୧୦ଟା ସୁଦ୍ଧା  ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାରେ ମୋଟ୍‌ ୩୩୫.୭ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୨୪.୨୬ ମିଲିମିଟର ରହିଛି।

    ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସର୍ବାଧିକ ୩୪.୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବାଲିପାଟଣାରେ ୩୪ ମିମି, ବେଗୁନିଆରେ ୩୨ ମିମି, ଚିଲିକାରେ ୩୦ ମିମି, ଜଟଣୀ ଓ ବୋଲଗଡ଼ରେ ୨୮ ମିମି ଲେଖାଏ ଏବଂ ଖୋର୍ଦ୍ଧା ଓ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ଅଞ୍ଚଳରେ ୨୨ ମିମି ବର୍ଷା ହୋଇଛି।
    ସେହିପରି ବାଲିଅନ୍ତାରେ ୨୦ ମିମି, ଭୁବନେଶ୍ୱରରେ ୧୯ ମିମି, ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ରେ ୧୮ ମିମି ଏବଂ ବାଣପୁର, ଟାଙ୍ଗୀ ଓ ବିଏମ୍‌ସି ଉତ୍ତର ଜୋନ୍‌ରେ ୧୬ ମିମି ଲେଖାଏ ବର୍ଷା ରେକର୍ଡ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook