ମୁଖ୍ୟ ଖବର
ଭୁବନେଶ୍ୱର: ମୁରାସୁ ବାତ୍ୟାର ଅବଶିଷ୍ଟାଂଶ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନଟ ଲଘୁଚାପ ହୋଇଛି । ରାତି ଭିତରେ ଆହୁରି ଦୁର୍ବଳ ହୋଇ ତେଲେଙ୍ଗାନା ଓ ଆନ୍ଧ୍ର ଉପକୂଳ ଅଞ୍ଚଳ ଉପରେ ରହିବ । ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବୁଧବାର ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷା ନାହିଁ । କିନ୍ତୁ, ପ୍ରତିଦିନ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ଗୁରୁବାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସାଙ୍ଗକୁ ୩୦-୪୦ କିଲୋମିଟର ବେଗରେ ପବନ ହୋଇପାରେ ।
ସେହିପରି ୬ ଓ ୭ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ ସହ ପାଶ୍ୱର୍ବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୮ ତାରିଖରୁ ପାଗ ପୂରା ଶୁଖିଲା ରହିବ । ଆସନ୍ତା ୨ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହାପରେ ପରବର୍ତ୍ତୀ ୫ ଦିନ ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ।
Comments ସମସ୍ତ ମତାମତ