Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡ଼ିଶାରେ ପୁଣି ବଢ଼ିବ ବର୍ଷା

    Share on :
    ajab-Image
    Date: Sep 6, 2026    Views: 3030

    ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଢ଼ିବ ବର୍ଷା। ସେଣ୍ଟ୍ରାଲ ଇଣ୍ଡିଆ ଆଡ଼କୁ ଯାଇଥିବା ଘୂର୍ଣ୍ଣିବଳୟ ଏବେ ପୁଣି ଉତ୍ତର ଓଡ଼ିଶା ଆଡ଼କୁ ଫେରୁଥିବା ସୂଚନା ମିଳିଛି। ଏହାର ପ୍ରଭାବରେ୮ ତାରିଖରୁ ୧୧ ତାରିଖ ମଧ୍ୟରେ ବର୍ଷା ହେବ।  ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷିବ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ୮ରୁ ୧୧ ତାରିଖ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। 
    ୯ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ୧୦ ତାରିଖରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

    ଏହାରି ମଧ୍ୟରେ ଦକ୍ଷିଣ ଚାଇନା ସାଗର ଅଞ୍ଚଳରୁ ଆଉ ଏକ ପାଣିପାଗ ସିଷ୍ଟମ ଆସୁଥିବା କୁହାଯାଉଛି। ଏହି ସିଷ୍ଟମର ଗତିବିଧି ଏବେ ଜଟିଳ ରହିଛି। ୧୩ରୁ ୧୪ ତାରିଖ ଆଡ଼କୁ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଲଘୁଚାପ ଏବଂ ଅଧିକ ଘନୀଭୂତ ହେଲେ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook