Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    କେଦାରନାଥରେ ପ୍ରବଳ ବର୍ଷା: ଚାରିଧାମ ଯାତ୍ରା ବନ୍ଦ

    Share on :
    ajab-Image
    Date: Sep 5, 2026    Views: 2704

    ନୂଆଦିଲ୍ଲୀ : ଉତ୍ତରାଖଣ୍ଡର କେଦାରନାଥରେ ପ୍ରବଳ ବର୍ଷା ଜାରି ରହିଛି ।  ଯାହା ଫଳରେ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଅନ୍ୟପକ୍ଷରେ, ଚାମୋଲିରେ ଲଗାଣ ବର୍ଷା ଯୋଗୁଁ ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କେଦାରନାଥରେ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ବନ୍ଦ ହୋଇ ଯାଇଛି । ଆଜି ଉତ୍ତରାଖଣ୍ଡର ୮ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି । ଏଥିରେ ହରିଦ୍ୱାର, ଡେରାଡୁନ, ଉତ୍ତରକାଶୀ, ପାଉରୀ ଗଡ଼ୱାଲ, ନୈନିତାଲ, ଚମ୍ପୱାତ, ବାଗେଶ୍ୱର ଏବଂ ଉଧମ ସିଂହ ନଗର ଅନ୍ତର୍ଭୁକ୍ତ। ହରିଦ୍ୱାର, ଆଲମୋରା, ପାଉରୀ ଗଡ଼ୱାଲ, ନୈନିତାଲ ଏବଂ ଚମ୍ପୱାଟରେ ସ୍କୁଲଗୁଡ଼ିକୁ ଆଜି ଛୁଟି ଘୋଷଣା କରାଯାଇଛି । 
    ଉତ୍ତର ପ୍ରଦେଶରେ, ଗଙ୍ଗା ଏବଂ ଯମୁନା ସମେତ ୧୦ ରୁ ଅଧିକ ନଦୀ ବିରପ ସଙ୍କେତ ଉପରେ ପ୍ରବାହିତ ହେଉଛି । ୨୬ ଟି ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାନପୁରରେ, ପାଣ୍ଡୁ ନଦୀର ପାଣି ଅନେକ ଜନବସତିରେ ପ୍ରବେଶ କରିଛି । ୧୫୦ ରୁ ଅଧିକ ଘର ୬ ରୁ ୭ ଫୁଟ ଗଭୀର ପାଣିରେ ବୁଡ଼ି ରହିଛି । ବାରାଣସୀ ଓ ଚିତ୍ରକୂଟ ସର୍ବାଧିକ ପ୍ରଭାବିତ ହୋଇଛି । ଅଦ୍ୟାବଧି ୧୬ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଗଲାଣି । ମଧ୍ୟପ୍ରଦେଶର ମନ୍ଦାକିନୀ ଓ ନର୍ମଦା ନଦୀ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ମୋରଡୁଙ୍ଗରିରେ ଜଣେ ଯୁବକ ଜଳସ୍ରୋତରେ ଭାସିଯାଇଛନ୍ତି । ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି । ଜବଲପୁରର ଗ୍ୱାରୀଘାଟରେ ପାଟ୍ରୋଲିଂ ପାଇଁ ଯାଇଥିବା ହୋମଗାର୍ଡସଙ୍କ ମୋଟରବୋଟ୍‌ ବୁଡ଼ିଯାଇଛି । ବିହାରର ୧୬ ଜିଲ୍ଲାରେ ବନ୍ୟା ଯୋଗୁ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । 

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook