Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ୨୮ ଯାଏଁ ବର୍ଷା

    Share on :
    ajab-Image
    Date: Jul 23, 2026    Views: 2625

    ଭୁବନେଶ୍ୱର : ଦିନକ ପରେ ପବିତ୍ର ବାହୁଡ଼ ଯାତ । ବାହୁଡ଼ାରେ ପୁରୀରେ ମେଘୁଆ ପାଗ ସମ୍ଭାବନା ଥିବାବେଳେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଗୁଣ୍ଡିଚା ତୁଳନାରେ ଅପେକ୍ଷାକୃତ ବର୍ଷା ପରିମାଣ କମ୍‌ ରହିବା ସମ୍ଭାବନା ଅଛି । ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ୨୫ ଯାଏଁ ରାଜ୍ୟରେ ବର୍ଷା ରହିପାରେ । ପୁରୀ ତୁଳନାରେ ବାହୁଡ଼ାରେ ଭୁବନେଶ୍ୱରରେ ବର୍ଷା ଅଧିକ ହୋଇପାରେ । 

    ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ରାଜ୍ୟରେ ୨୮ ଯାଏଁ ବର୍ଷା ରହିବ । ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୫ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ପବନ ହୋଇପାରେ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅନେକ ଜାଗାରେ ବର୍ଷା ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook