Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୨୬ ଯାଏଁ ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା

    Share on :
    ajab-Image
    Date: Jul 22, 2026    Views: 3080

    ଭୁବନେଶ୍ୱର:  ଗୁଣ୍ଡିଚା ପରେ ଭିଜିବ ବାହୁଡ଼ା। ଆସନ୍ତା ୨୬ ତାରିଖ ଅର୍ଥାତ ଆହୁରି ୪ ଦିନ ଯାଏଁ ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା। ଏବେ ସାରା ରାଜ୍ୟରେ କାଚୁଛି ବର୍ଷା। ବେହାଲ ଉତ୍ତର-ପଶ୍ଚିମ। ଉପକୂଳରେ ବି ଲଗାଣ ବର୍ଷା। ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ। ସକ୍ରିୟ ମୌସୁମୀ ପ୍ରଭାବରେ ଗତକାଲିଠୁ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। 


    ଆସନ୍ତା ଦୁଇ ଦିନ ପର୍ୟ୍ୟନ୍ତ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୫ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବରକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

    Maximum 500 characters

    ତାଜା ଖବର View all

    Find Us on Facebook