Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜଧାନୀରେ ତୁହାକୁ ତୁହା ବର୍ଷା, ଭୁବନେଶ୍ବର କଟକ ପାଇଁ ୟେଲୋ ୱାର୍ଣ୍ଣିଂ

    Share on :
    ajab-Image
    Date: Jul 14, 2026    Views: 2822

    ଭୁବନେଶ୍ୱର: ମଙ୍ଗଳବାର ସକାଳୁ ରାଜଧାନୀରେ ରାତିର ଭ୍ରମ । ସକାଳୁ ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀରେ ଅନ୍ଧକାର ଦେଖାଦେଇଛି । ଆଗାମୀ ଦୁଇ ଘଣ୍ଟା ପାଇଁ ଉଭୟ ଭୁବନେଶ୍ବର ଓ କଟକରେ ବର୍ଷା ଲାଗି ରହିବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଇଏମଡି ।

    ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି,ପୁରୀ, ଖୋର୍ଦ୍ଧା, ନୟାଗଡର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

    ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ,କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

    ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ଵର ସହର। ସହର ବିଭିନ୍ନ ସ୍ଥାନରେ ଜଳ ବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଫଳରେ ବାଲେଶ୍ଵର ସହର ୨୬ ନମ୍ବର ୱାର୍ଡର କଂଗ୍ରେସ ଅଫିସ ଲେନ୍ ରାସ୍ତା ଉପରେ ଗୋଟିଏ ଫୁଟ ଉପରେ ପାଣି ଢେଉ ଖେଳୁଛି। ଏହା ସହ ସହରର ପ୍ରମୁଖ ସ୍ଥାନ ଯଥା ଓଟି ରୋଡ ଓ ବିଭିନ୍ନ ସ୍ଥାନରେ ମଧ୍ୟ ଢେଉ ମାରୁଛି ପାଣି। ଅନେକ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଥିବା ଜଣାପଡିଛି। ନାଳ ପାଣି ସହର ଉପରେ ଢେଉ ଖେଳୁଥିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ସହର ବାସିନ୍ଦା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook