Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲଗାଣ ବର୍ଷାରେ ବେହାଲ କଟକ

    Share on :
    ajab-Image
    Date: Jul 5, 2026    Views: 2967

    କଟକ: ଲଘୁଚାପ ବର୍ଷାରେ ବେହାଲ କଟକ । ସହରର ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ମାରୁଥିବା ବେଳେ ନଦୀର ଭ୍ରମ ସୃଷ୍ଟି କରିଛି । ଲଗାଣ ବର୍ଷା ଯୋଗୁଁ ଘର ଭିତରେ ପାଣି ଜମି ରହିଛି । ବିଶେଷକରି ତଳିଆ ଅଞ୍ଚଳରେ ଥିବା ଘର ଗୁଡିକରେ ବର୍ଷା ପାଣି ଜମି ରହି ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସିନ୍ଦା । ସେହିପରି ଯାତାୟତ ବାଧାପ୍ରାପ୍ତ ହୋଇଛି । ବର୍ଷା ଜଳ ସଠିକ ଭାବରେ ନିଷ୍କାସନା ହୋଇ ପାରୁ ନଥିବାରୁ ନାଳ ପାଣି ଘରେ ପଶିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବର୍ଷା ଜଳ ନିଷ୍କାସନ ପାଇଁ ସିଏମସି ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା କଟକ ମେୟର କହିଛନ୍ତି ।ଲଗାଣ ବର୍ଷାରେ କଟକର ରକ୍ସି ଲେନ, ମେରିଆ ବଜାର, ଫ୍ରେଣ୍ଡ୍ସ କଲୋନୀ, କାଜିବଜାର, ସୂତାହାଟ, ରାଉସାପାଟଣା, ଆଦି ଅନେକ ଅଞ୍ଚଳ ଏବେ ଜଳମଗ୍ନ ଅବସ୍ଥାରେ ରହିଛି । ଘର ଏବଂ ରାସ୍ତା ସବୁ ଆଡ଼େ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ସ୍ଥିତି ଏମିତି ଯେ, କିଏ ନିଜ ଘରୁ ବର୍ଷା ଜଳ ନିଷ୍କାସନ କରିବାକୁ ସାରା ରାତି ଲାଗି ପଡିଛନ୍ତି ତ ଆଉ କିଏ ରୋଷେଇ ଘରେ ପାଣି ପଶିବାରୁ ରୋଷେଇ ନକରି ଶୁଖିଲା ଖାଦ୍ୟ ଖାଇ ରହିଛନ୍ତି । ଏଭଳି ସ୍ଥିତିରେ ଅସନ୍ତୋଷ ଜାହିର କରିଛନ୍ତି ସହର ବାସିନ୍ଦା ।ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖି ସିଏମସି ମେୟର ସୁବାସ ସିଂ କହିଛନ୍ତି, "କଟକ ସହର ଦୁଇ ନଦୀ ମଝିରେ ଖାଲ ସ୍ଥାନରେ ରହି ଥିବାରୁ ଜଳମଗ୍ନ ସ୍ଥିତି ହେବା ସ୍ୱାଭାବିକ । ମାତ୍ର ଏହାର ମୁକାବିଲା ପାଇଁ ସିଏମସି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛି । ଜଳ ନିଷ୍କାସନ ପାଇଁ ସହରରେ 3 ଶହଟି ପାଣି ପମ୍ପର ବ୍ୟବସ୍ଥା କରାଯାଇଛି । ଉଚ୍ଚ କ୍ଷମତା ଥିବା ମଟର ଭଲବ ମଟର ସାହାଯ୍ୟରେ ସହରରୁ ଜଳ ନିଷ୍କାସନ କରାଯାଉଛି । ସମସ୍ତ ୱାର୍ଡରେ ପାଣି ପମ୍ପ ରହିଛି । ଗତବର୍ଷ 250ଟି ମଟର ଥିବା ବେଳେ ଚଳିତ ବର୍ଷ ଏହାର ବୃଦ୍ଧି କରାଯାଇ 300ଟି କରାଯାଇଛି । ପ୍ରବଳ ବର୍ଷା ହେଉଥିବାରୁ ଜଳ ନିଷ୍କାସନ କରିବାରେ ସମସ୍ୟା ସୃଷ୍ଟି ହେଉଛି । ତଥାପି ଘଣ୍ଟାଏ ମଧ୍ୟରେ ବର୍ଷା ଜଳ ନିଷ୍କାସନ ହୋଇଯିବ ।"

    Maximum 500 characters

    ରାଜ୍ୟ ଖବର View all

    Find Us on Facebook