Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଜୁଳି ଘଡଘଡି: ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

    Share on :
    ajab-Image
    Date: Jun 26, 2026    Views: 2779

    ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା। ବିଜୁଳି ଘଡଘଡି ନେଇ ପୁରା ରାଜ୍ୟକୁ ସତର୍କ ସୂଚନା। ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ରାୟଗଡା ଓ ଗଜପତିରେ ଝଡବର୍ଷା ସହ ୪୦ ରୁ ୫୦ କିମି ପବନ ବହିବାର ଆଶଙ୍କା ରହିଛି। 

    ଉପକୂଳ ଜିଲ୍ଲା ଓ ସଂଲଗ୍ନ ଆଭ୍ୟନ୍ତର ଅଞ୍ଚଳରେ ବି ଝଡ଼ବର୍ଷା ଆଶଙ୍କା ରହିଛି। ତେଣୁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ କନ୍ଧମାଳରେ ବିଜୁଳି ଘଡଘଡି ସହ ଝଡ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook