ମୁଖ୍ୟ ଖବର
ଭୁବନେଶ୍ୱର: ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍ଟ୍ରପିକାଲ୍) ପଶ୍ଚିମୀ ଜେଟ୍ ଷ୍ଟ୍ରିମ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି। ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ଦିନ ପର୍ଯ୍ୟନ୍ତ କାଁଭାଁ ସ୍ଥାନରେ ବର୍ଷା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବିଶେଷକରି ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଅନୁଗୋଳ ଜିଲାର କେତେକ ସ୍ଥାନରେ ବର୍ଷା ସହିତ କୁଆପଥର ବର୍ଷା ହୋଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୟୂରଭଞ୍ଜ ଜିଲାର ମୁରୁଡ଼ାରେ ସର୍ବାଧିକ ୫୫ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ମୟୂରଭଞ୍ଜର ବେତନଟିରେ ୫୦ ମି.ମି., ଜି.ବି.ନଗରରେ ୪୪ ମି.ମି., ବାଲିମୁଣ୍ଡଳୀରେ ୪୦.୮ ମି.ମି., ଯଶୀପୁରରେ ୩୭.୫ମି.ମି. ବର୍ଷା ହୋଇଛି।
Comments ସମସ୍ତ ମତାମତ