Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୦ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା

    Share on :
    ajab-Image
    Date: Mar 17, 2026    Views: 2590

    ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୧୭ତାରିଖ(ମଙ୍ଗଳବାର) କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝରଓ ବାଲେଶ୍ୱରର କିଛି ସ୍ଥାନରେ ଘଡ଼ଘଡ଼ିସହ କୁଆପଥର ବର୍ଷା ଆଶଙ୍କା ଅଛି । ୩୦ରୁ ୪୦କିମି ବେଗରେ ପବନ ବିବହିପାରେ ବୋଲି ପାଣିପାଗ ବିଭାଗପୂର୍ବାନୁମାନ କରିଛି ।

    ୧୮ ତାରିଖରେଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିସ୍ଥାନରେ ଝଡ଼ ବର୍ଷା ହୋଇପାରେ ।୧୯ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପକିଛି ସ୍ଥାନରେ ବର୍ଷା ହୋଇପାରେ । ୨୦ ତାରିଖରେ ଉତ୍ତର ଓ ଦକ୍ଷିଣଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀପ୍ରଭାବରୁ ବର୍ଷା ଆଶଙ୍କା ଥିବା ପାଣିପାଗବିଭାଗ ଆକଳନ କରିଛି । ସୋମବାରଜଗତସିଂହପୁର ଓ ପାରାଦୀପରେସାମାନ୍ୟ ବର୍ଷା ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook