ମୁଖ୍ୟ ଖବର
ଝାରସୁଗୁଡ଼ା: ଗତ କିଛି ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଏହାରି ଭିତରେ ଝାରସୁଗୁଡ଼ାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ରାସ୍ତା ଘାଟ ବୁଡିÿଯାଇଛି । ଏହାଛଡ଼ା ଜିଲ୍ଲା ପ୍ରମୁଖ ନଦୀ ଇବ, ଭେଡେ଼ନ ଓ ବସୁନ୍ଧରା ନଦୀ ଫୁଲିବାରେ ଲାଗିଛି । ବ୍ରଜରାଜନଗରର ଲମଟିବାହାଲରୁ ମୁଖ୍ୟ ବଜାର ଟନେଲ ରାସ୍ତାରେ ବର୍ଷା ପାଣି ଜମି ରହିଛି । ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ରାସ୍ତା ଉପରେ ବି ବର୍ଷା ପାଣି ପ୍ରବାହିତ ହେଉଛି । ପ୍ରସିଦ୍ଧ ପୀଠ ରାମଚଣ୍ଡୀ ମନ୍ଦିର ଭିତରେ ବି ବନ୍ୟା ପାଣି ପଶିଛି ।
Comments ସମସ୍ତ ମତାମତ