Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜଳସ୍ତର ବିପଦ ସଂକେତର ଯଥେଷ୍ଟ ତଳେ ଅଛି : ସର୍ବୋଚ୍ଚ ଯନ୍ତ୍ରୀ

    Share on :
    ajab-Image
    Date: Jul 5, 2025    Views: 2738

    ଭୁବନେଶ୍ବର: ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । ଜଳସ୍ତର ବିପଦ ସଂକେତର ଯଥେଷ୍ଟ ତଳେ ଅଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ଆଇଏମ୍‌ଡି ଆକଳନରେ ଆଗାମୀ ଏକ ସପ୍ତାହ ଯାଏଁ ଏତେ ବର୍ଷା ନାହିଁ । ହୀରାକୁଦରେ ଜଳସ୍ତର ବଢୁଛି । ହେଲେ ବିପଦ ନାହିଁ । ଏବେ ୬୦୭ ମିଟର ଜଳ ଅଛି । ରବିବାର ୬ଟି ଗେଟ୍ ଖୋଲିବ । ହେଲେ ତାହା ବନ୍ୟା ଜଳ ଛାଡିବା ପାଇଁ ନୁହେଁ । କେବଳ ପୂଜାର୍ଚ୍ଚନା ପାଇଁ ଖୋଲିବ । ପରେ ଇବ୍ ଓ ଅନ୍ୟ ନଦୀର ଜଳସ୍ତର ଦେଖି ଜଳ ନିଷ୍କାସନ ନିଷ୍ପତ୍ତି ନିଆଯିବ ।

    କଲମା ଗେଟ୍ ଖୋଲିଛି । ମହାନଦୀରେ ଜଳସ୍ତର ବଢିବ । ହେଲେ ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ ଗେଟ୍‌ ଏଯାଏଁ ଖୋଲିବାର ନିଷ୍ପତ୍ତି ନିଆଯାଇ ନାହିଁ । ରେଙ୍ଗାଲିର ସ୍ଥିତି ଅନୁଧ୍ୟାନ କରାଯାଉଛି । ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା ପୁରୁଷୋତ୍ତମପୁର ୫ ମିଟର ତଳେ ଅଛି । ବଂଶଧରାର ଜଳସ୍ତର କମ୍ ଅଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାତ୍ର ୩୦% ପାଣି ଅଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

    Maximum 500 characters

    ତାଜା ଖବର View all

    Find Us on Facebook