Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାଳବୈଶାଖୀ: ଆହୁରି ୨ ଦିନ ବର୍ଷିବ

    Share on :
    ajab-Image
    Date: Mar 23, 2025    Views: 2898

    ଭୁବନେଶ୍ୱର : ରାଜ୍ୟରେ ଦୁଇଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଗଞ୍ଜାମ, ମୟୂରଭଞ୍ଜ,  ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ତୁହାକୁ ତୁହା ବର୍ଷା ହୋଇିଥିଲା । ଶନିବାର ବଜ୍ରପାତରେ ଦିଗପହଣ୍ଡି ଓ ବ୍ରହ୍ମଗିରିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ବ୍ରହ୍ମପୁର ଏମ୍‌କେସିଜି ପରିସରରେ ବର୍ଷା ପାଣି ପଶି ବନ୍ୟା ସୃଷ୍ଟି କରିଛି । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଦୁଇ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି  ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  
    ରବିବାର କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର,  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ  ଗଜପତିରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୪  ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ଓ   ବଜ୍ରପାତ ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ କୁଆପଥର ମାଡ଼ରେ ଚାଷ  କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର କାନ୍ଥ ଓ ଅନ୍ୟ ଦୁର୍ବଳ  ଭିତ୍ତିଭୂମି ଭାଙ୍ଗି ଯିବାର ଆଶଙ୍କା ରହିଥିବାରୁ ପାଣିପାଗ ବିଭାଗ   ସତର୍କତା ଜାରି କରିଛି ।  
    ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪  ମିମି ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଯୋଡ଼ାରେ ୮୪.୫,  ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ୭୦.୨, କେନ୍ଦୁଝର ସାରପଡ଼ାରେ   ୬୧.୬, ଚମ୍ପୁଆରେ ୫୮.୨, ମୟୂରଭଞ୍ଜ କରଞ୍ଜିଆରେ ୫୭,  ବାଲେଶ୍ୱର ସୋରରେ ୫୪, ସୁନ୍ଦରଗଡ଼ ଲାଠିକଟାରେ ୫୩,  କେନ୍ଦୁଝର ଝୁମ୍ପୁରାରେ ୫୧.୬, ସୁନ୍ଦରଗଡ଼ କୁତ୍ରାରେ ୪୬ମିମି  ବର୍ଷା ହୋଇଥିଲା । ଆଜି ସକାଳରୁ ସନ୍ଧ୍ୟା ଭିତରେ ଗଞ୍ଜାମ  ଜିଲ୍ଲା ଛତ୍ରପୁରରେ ସର୍ବାଧିକ ୬୨.୨ ମିମି ବର୍ଷା ରେକର୍ଡ  ହୋଇଛି । କଟକରେ ୨୧.୨, ଚାନ୍ଦବାଲିରେ ୧୬.୪ ଓ ବାଲେଶ୍ୱରରେ ୧୫ମିମି ବର୍ଷା ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook