Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାଳବୈଶାଖୀ ବର୍ଷା :ଆଜି ୧୭ଟି ଜିଲ୍ଲାକୁ ସତର୍କତା ଜାରି

    Share on :
    ajab-Image
    Date: Mar 19, 2023    Views: 2883

    ଭୁବନେଶ୍ବର : ପଶ୍ଚିମା ଝଡ ପ୍ରଭାବରେ ପ୍ରବଳ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ବିଜୁଳି ଘଡଘଡି ସହ ବର୍ଷା ପବନ । ଆଜି କାଳବୈଶାଖୀ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପୂରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆସନ୍ତାକାଲି ବର୍ଷାର ପରିମାଣ କମିଲେ ମଧ୍ୟ ଉତ୍ତର ଓଡ଼ିଶାରେ ପ୍ରଭାବ ରହିବ । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୨୧ ଏବଂ ୨୨ ତାରିଖ ବେଳକୁ ପଶ୍ଚିମା ଝଡର ପ୍ରଭାବ କମିବା ସହ ତାପମାତ୍ରା ବୃଦ୍ଧି ହେବ । ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି । ଗତକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ ହୋଇଥିଲା ଜନଜୀବନ । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ ହନ୍ତସନ୍ତ କରିଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook