Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟର ୧୬୬ଟି ରେଲୱେ ଓଭର ବ୍ରିଜ୍ ନିର୍ମାଣ ନେଇ ସମୀକ୍ଷା ବୈଠକ

    Share on :
    ajab-Image
    Date: Jan 21, 2026    Views: 2551

    ଭୁବନେଶ୍ୱର: ରାଜ୍ୟର ସଡ଼କ ନେଟ୍‌ୱାର୍କର ସୁଦୃଢ଼ୀକରଣ କ୍ଷେତ୍ରରେ ରେଲୱେ ଓଭର ବ୍ରିଜ୍ ର ପ୍ରମୁଖ ଭୂମିକା ରହିଛି । ରେଲୱେ ଫାଟକ ବଦଳରେ ରେଲୱେ ଓଭର ବ୍ରିଜ୍ ନିର୍ମାଣ ଦ୍ୱାରା ଯାତ୍ରା ସମୟରେ  ହେଉଥିବା ଅତିରିକ୍ତ ଭିଡ଼ ହ୍ରାସ ସହ ସମୟ ଅବଧି କମିବା ଏବଂ ଧନଜୀବନକୁ ସୁରକ୍ଷା କରିହେବ । 

    ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ବିଭାଗ ରାସ୍ତା ଉପରେ ହେବାକୁ ଥିବା ୧୬୬ ଗୋଟି ରେଲୱେ ଓଭର ବ୍ରିଜ୍ ପାଇଁ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ପୂର୍ବତଟ ରେଳବାଇ ଓ ନିର୍ମାଣ ବିଭାଗର ବରିଷ୍ଠ ଅଧିକାରୀ  ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । 
    ସୂଚନା ଯୋଗ୍ୟ ଯେ ଏହି ୧୬୬ ଗୋଟି ରେଲୱେ ଓଭର ବ୍ରିଜ୍ ଗୁଡିକର ନିର୍ମାଣ ଅଗ୍ରଗତି ଗତ କିଛି ବର୍ଷ ହେଲା ମନ୍ଥର ସ୍ଥିତିରେ ଥିଲା । ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର ସକ୍ରିୟ ପଦକ୍ଷେପ ସ୍ୱରୂପ ଭାରତ ସରକାରଙ୍କ ରେଳବାଇ ମନ୍ତ୍ରଣାଳୟର ନୂତନ ନୀତି-୨୦୨୪ କୁ ଉପଯୋଗ କରି ପୂର୍ବତଟ ରେଳବାଇ ୯୬ ଟି ରେଲୱେ ଓଭର ବ୍ରିଜ୍ କୁ ଶତପ୍ରତିଶତ ନିଜ ଖର୍ଚ୍ଚରେ ନିର୍ମାଣ କରିବା ନେଇ  ବୁଝାମଣା ପତ୍ର ସ୍ବାକ୍ଷର ପାଇଁ  ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ନୂତନ ରେଳବାଇ ନୀତିର ସଦୁପଯୋଗ କରି ଏତେ ସଂଖ୍ୟକ ରେଳ ଓଭରବ୍ରିଜ୍ ପ୍ରକଳ୍ପ କାର୍ଯ୍ୟକାରୀ କରି ଓଡ଼ିଶା ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ମାଇଲ ସ୍ତମ୍ବ ସ୍ଥାପନ କରିପାରିଛି  ।

    ଏହି ବୈଠକରେ ରେଲୱେ ଓଭର ବ୍ରିଜ୍ ଗୁଡିକ ଲାଗି ଜମି ଅଧିଗ୍ରହଣ, ବ୍ରିଜ୍ ନିର୍ମାଣରେ ଗୁଣବତ୍ତା, ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ଏବଂ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ନିର୍ମାଣ କାର୍ଯ୍ୟ ଆଗେଇ ନେବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିରେ ୧୧୨  ଟି ରେଲୱେ ଓଭର ବ୍ରିଜ୍ ଆପ୍ରୋଚ୍ ରାସ୍ତା ସକାଶେ ପାଇଁ ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀଙ୍କୁ ମନୋନୀତ କରାଯାଇଛି।

    ଏହି ବୈଠକରେ ନିର୍ମାଣ ବିଭାଗ ସର୍ବୋଚ୍ଛ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ ସମେତ ନିର୍ମାଣ ବିଭାଗ ଓ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook