Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଜି.ଏଚ୍. ଭିକ୍ଟର ଜୋସେଫଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

    Share on :
    ajab-Image
    Date: Jul 8, 2026    Views: 2591

    ଭୁବନେଶ୍ୱର:ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (IRSE)ର ବରିଷ୍ଠ ଅଧିକାରୀ ଶ୍ରୀ ଜି.ଏଚ୍. ଭିକ୍ଟର ଜୋସେଫ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ (Additional General Manager) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ/ରୋଡ୍ ସେଫ୍ଟି ପ୍ରକଳ୍ପ) ଭାବେ ତାଙ୍କର ଦାୟିତ୍ୱ ମଧ୍ୟ ଜାରି ରଖିବେ।

    ଜଣେ ପ୍ରଖ୍ୟାତ ସିଭିଲ୍ ଇଞ୍ଜିନିୟର ଭାବେ ଶ୍ରୀ ଜୋସେଫଙ୍କର ଭାରତୀୟ ରେଳରେ ସାଢ଼େ ତିନି ଦଶକରୁ ଅଧିକ କାର୍ଯ୍ୟାନୁଭୂତି ରହିଛି। ସେ ୧୯୮୭ ମସିହାରେ ୱାରଙ୍ଗଲସ୍ଥିତ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍ (ବର୍ତ୍ତମାନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ୱାରଙ୍ଗଲ)ରୁ ସିଭିଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଏବଂ ୧୯୯୦ ମସିହାରେ ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂରେ ଏମ୍.ଟେକ୍ ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୦ ମସିହାରେ ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ଇଞ୍ଜିନିୟର୍ସ (IRSE) ରେ ଯୋଗ ଦେଇଥିଲେ।

    ଦକ୍ଷିଣ ପୂର୍ବ ରେଳପଥ ଏବଂ ପୂର୍ବତଟ ରେଳପଥରେ ତାଙ୍କର ଦୀର୍ଘ କାର୍ଯ୍ୟଜୀବନ ମଧ୍ୟରେ ଶ୍ରୀ ଜୋସେଫ ରଣନୈତିକ କୋଟ୍ଟାଭାଲସା-କିରଣ୍ଡୁଲ୍ ରେଳପଥରେ ୧୪୫ କିଲୋମିଟର ଦୋହରୀକରଣ   ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ, ନୌପଡ଼ା–ଗୁଣୁପୁର ମଧ୍ୟରେ ୯୦ କିଲୋମିଟର ରେଳପଥକୁ ବ୍ରଡ୍ ଗେଜ୍‌ରେ ପରିବର୍ତ୍ତନ କରିଥିଲେ। ଏହା ସହିତ ସେ ୨୪ଟି ପ୍ରମୁଖ ରେଳ ସେତୁ ନିର୍ମାଣ କାର୍ଯ୍ୟର ସଫଳ ନେତୃତ୍ୱ ନେଇଛନ୍ତି।

    ବର୍ତ୍ତମାନ ସେ  ୮,୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୨୯ଟି ରୋଡ୍ ଓଭର ବ୍ରିଜ୍ (ROB) ନିର୍ମାଣ କାର୍ଯ୍ୟର ନେତୃତ୍ୱ ନେଉଥିବା ସହ ପୂର୍ବତଟ ରେଳପଥର ସମସ୍ତ ମାନବଚାଳିତ ଲେଭେଲ୍ କ୍ରସିଂଗୁଡ଼ିକୁ ପର୍ଯ୍ୟାୟକ୍ରମେ ହଟାଇବା ପାଇଁ ମିଶନ୍ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି।

    ରେଳ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଜୋସେଫ ୨୦୦୩ ମସିହାରେ ମହାପ୍ରବନ୍ଧକ ପୁରସ୍କାର ଏବଂ ୨୦୧୮ ମସିହାରେ ରେଳ ବୋର୍ଡର 'ମେରିଟୋରିଅସ୍ ୱାର୍କ ପୁରସ୍କାର'ରେ ସମ୍ମାନିତ ହୋଇଛନ୍ତି।

    ବର୍ତ୍ତମାନର ଦାୟିତ୍ୱ ସହିତ ସେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ରେଳ ଭିତ୍ତିଭୂମି ବିକାଶ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ସୁରକ୍ଷା କ୍ଷେତ୍ରରେ ତାଙ୍କର ବିସ୍ତୃତ ଅଭିଜ୍ଞତା ଓ ନେତୃତ୍ୱ ପୂର୍ବତଟ ରେଳପଥର ବିକାଶ ଏବଂ ପରିଚାଳନାଗତ ଉତ୍କର୍ଷତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook