ମୁଖ୍ୟ ଖବର
ଭୁବନେଶ୍ୱର:ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର (ଯଶୋଭୂମି) ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତୀୟ ରେଳବାଇ ୧୦୦ ଜଣ ଅତୁଳନୀୟ କର୍ମଚାରୀ ଏବଂ ଅଧିକାରୀଙ୍କୁ ୭୦ତମ "ଅତି ବିଶିଷ୍ଟ ରେଳ ସେବା ପୁରଷ୍କlର- ୨୦୨୫" ରେ ସମ୍ମାନିତ କରିଛି। ଏହି ପୁରଷ୍କlର ଗୁଡ଼ିକ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏହି ଉତ୍ସବରେ ରେଳ ରାଜ୍ୟ ଏବଂ ଜଳ ଶକ୍ତି ରାଜ୍ୟମନ୍ତ୍ରୀ ଶ୍ରୀ ଭି ସୋମନ୍ନା, ରେଳ ରାଜ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟମନ୍ତ୍ରୀ ଶ୍ରୀ ରବନୀତ ସିଙ୍ଗ, ରେଳବୋର୍ଡ ଅଧ୍ୟକ୍ଷ ଓ ସିଇଓ ଶ୍ରୀ ସତୀଶ କୁମାର, ରେଳବୋର୍ଡର ସଦସ୍ୟମାନେ ଏବଂ ବିଭିନ୍ନ ରେଳ ଜୋନ ଓ ଉତ୍ପାଦନ ୟୁନିଟ୍ ର ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ।
ପ୍ରତିଷ୍ଠିତ ୭୦ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର–୨୦୨୫ ସମାରୋହରେ ପୂର୍ବ ତଟ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ସମ୍ମାନିତ ହୋଇ ସଂଗଠନକୁ ଗୌରବାନ୍ୱିତ କରିଛନ୍ତି।ବ୍ୟକ୍ତିଗତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବ ତଟ ରେଳପଥ ର ଉପମୁଖ୍ୟ ସଂକେତ ଏବଂ ଦୂରସଂଚାର ଯନ୍ତ୍ରୀ ଶ୍ରୀ ଏସ. ଶ୍ରୀନିବାସ ରାଓ, ଲୋକୋ ପାଇଲଟ୍ ଗୁଡ୍ସ (ଇଲେକ୍ଟ୍ରିକଲ ) ସକଲ ଦେଓ ରାଣା ଏବଂ ସହକାରୀ କ୍ରୀଡା ଅଧିକାରୀ ଅମିତ ରୋହିଦାସ, ସେମାନଙ୍କର ଆଦର୍ଶ ସେବା ତଥା ଉତ୍କର୍ଷତା ଓ ପ୍ରତିବଦ୍ଧତା ପାଇଁ ସମ୍ମାନିତ ହୋଇଥିଲେ।
ବ୍ୟକ୍ତିଗତ ପୁରଷ୍କlର ସହିତ, ଭାରତୀୟ ରେଳବାଇର ଦକ୍ଷତା, ନିରାପତ୍ତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ସର୍ବୋତ୍ତମ ପ୍ରଦର୍ଶନକାରୀ ରେଳ ଜୋନ୍ ଗୁଡିକୁ ୨୬ ଟି ଶିଲ୍ଡ ପ୍ରଦାନ କରାଯାଇଥିଲା । ଯେଉଁଥିରେ, ପୂର୍ବ ତଟ ରେଳପଥକୁ ଶ୍ରେଷ୍ଠ କୋଚିଂ ରକ୍ଷଣାବେକ୍ଷଣ ଶିଲ୍ଡର ବିଜେତା ଭାବେ ସମ୍ମାନିତ କରାଯାଇଥିଲା।
ଏହି ପୁରଷ୍କlର ବିତରଣ ସମାରୋହ, ଭାରତୀୟ ରେଳପଥକୁ ଅଧିକ ଦକ୍ଷ, ନିରାପଦ ଏବଂ ଯାତ୍ରୀ ଅନୁକୁଳ ସଂଗଠନ କରିବା ଦିଗରେ ରେଳ କର୍ମଚାରୀଙ୍କ ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସ୍ୱୀକାର କରିବା ତଥା ପାଳନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ |
Comments ସମସ୍ତ ମତାମତ